ଖୋର୍ଦ୍ଧା: ପ୍ରଥମେ ଧମକ ଦେଲେ ତା'ପରେ ଘରେ ନିଆଁ ଲଗେଇ ଦେଲେ ପଡୋଶୀ । ଆଉ ଏହି ନିଆଁରେ ପୋଡିଗଲା ଘର । ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବଡବେରଣା ଗ୍ରାମରେ ।
ସାମାନ୍ୟ କଥାରୁ ବଚସା ପରେ ପଡୋଶୀ ଜାଳିଦେଲେ ଘର - khurda
ପଡ଼ୋଶୀଙ୍କ ସହ ମନୋମଳିନ୍ୟ କାରଣରୁ ନିଆଁ ଲାଗିଥିବା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି କୋକିଳ ଦେବୀ । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।
ନିଆଁ ଲଗେଇଦେଲେ ପଡୋଶୀ, ଜଳିଗଲା ଘର
ପଡ଼ୋଶୀଙ୍କ ସହ ମନୋମଳିନ୍ୟ କାରଣରୁ ନିଆଁ ଲାଗିଥିବା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି କୋକିଳ ଦେବୀ । ଦିନ ଦ୍ବିପ୍ରହରେ ନିଆଁ ଲାଗିଥିବା ଗାଁ ଲୋକ ଦେଖିବା ପରେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରି ବେଗୁନିଆ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ