ଓଡିଶା

odisha

ETV Bharat / state

ଅବହେଳିତ ପାଇକ ସଂଗ୍ରହାଳୟ: ହଜିବାକୁ ବସିଲାଣି ସଂଗ୍ରାମୀଙ୍କ ସ୍ମୃତି - ସଂଗ୍ରାମୀ

ଜରାଜୀର୍ଣ୍ଣ ଅବସ୍ଥାରେ ପାଇକ ସଂଗ୍ରହାଳୟ । ସଂଗ୍ରହାଳୟ ଚାରିପଟେ ଅନାବନା ଗଛ ଉଠି ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ । ନାଁ ସରକାର ନାଁ ଗ୍ରାମବାସୀ କାହାର ନାହିଁ ନିଘା ।

ଅବହେଳିତ ପାଇକ ସଂଗ୍ରହାଳୟ : ହଜିଯିବାକୁ ବସିଛି ସଂଗ୍ରାମୀଙ୍କ ସ୍ମୃତି
ଅବହେଳିତ ପାଇକ ସଂଗ୍ରହାଳୟ : ହଜିଯିବାକୁ ବସିଛି ସଂଗ୍ରାମୀଙ୍କ ସ୍ମୃତି

By

Published : Aug 4, 2021, 2:45 PM IST

ଖୋର୍ଦ୍ଧା : ଲାଲ ମାଟିର ଗଡ ଖୋର୍ଦ୍ଧା । ଯେଉଁ ଗଡ଼ର ପାଇକ ପୁଅ ଦିନେ ଇଂରେଜ ସୈନ୍ୟଙ୍କୁ ଧୂଳି ଚଟାଇଥିଲେ । ଆତ୍ମବଳି ଦେଇ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲେ । ସେଇ ସୁଯୋଗ୍ୟ ବୀର ପାଇକଙ୍କ ଅସ୍ତ୍ରଶସ୍ତ୍ରକୁ ସାଇତି ରଖିବା ପାଇଁ ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ ହୋଇଥିଲା । ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ସଂଗ୍ରହାଳୟ ଚାରିପଟେ ଅନାବନା ଗଛ ଉଠି କିପରି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଭିତରେ ସରୀସୃପ ବସା ବାନ୍ଧିଲେଣି । କେବଳ ସେତିକି ନୁହେଁ ଶହୀଦ ସ୍ମୃତି ସ୍ତମ୍ଭରେ ମଧ୍ୟ ଗଛ ଉଠି ଗଲାଣି । ଗତ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ଶହୀଦ ସ୍ମୃତି ସ୍ତମ୍ଭର ଉଦ୍‌ଘାଟନ କରିବା ସହ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ 25 ଲକ୍ଷ ଟଙ୍କା ବ୍ୟୟ ବରାଦ ହେଲା । ପରେ ପାଇକ ସଂଗ୍ରହାଳୟ ନିର୍ମାଣ ସମ୍ପୂର୍ଣ୍ଣ ମଧ୍ଯ ହେଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏ ପର୍ଯ୍ୟନ୍ତ ସଂଗ୍ରହାଳଟି ଉଦଘାଟିତ ହୋଇପାରିଲାନାହିଁ ।

ଅବହେଳିତ ପାଇକ ସଂଗ୍ରହାଳୟ : ହଜିଯିବାକୁ ବସିଛି ସଂଗ୍ରାମୀଙ୍କ ସ୍ମୃତି
ସେପଟେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଷ୍ଟ୍ରପତି ସ୍ଥାପନ କରିଥିଲେ ଭିତ୍ତିପ୍ରସ୍ତର । ଏପର୍ଯ୍ୟନ୍ତ ସେଠାରେ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ । ଯାହାକୁ ନେଇ ଖୋର୍ଦ୍ଧାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୌର ପ୍ରଶାସନ ପକ୍ଷରୁ କେବଳ ପାଇକଙ୍କ ବୀରତ୍ବର ଗାଥା ଚିତ୍ର ମାଧ୍ୟମରେ କାନ୍ଥ ଗୁଡିକରେ ଆଙ୍କି କାମ ସାରିଦେଇଛି । ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସଂଗ୍ରହାଳୟର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ସେ କହଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details