ଓଡିଶା

odisha

By

Published : May 7, 2023, 9:15 AM IST

ETV Bharat / state

ଆଜି NEET UG ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ 56,889 ପରୀକ୍ଷାର୍ଥୀ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା । ରାଜ୍ୟରେ ମୋଟ ୫୬ ହଜାର ଆଶାୟୀ ନିଟ ୟୁଜି ପରୀକ୍ଷା ଦେବେ । ଭୁବନେଶ୍ବରରେ କେବଳ 14481 ପରୀକ୍ଷାର୍ଥୀ ରହିଛନ୍ତି । ଅଧିକ ପଢନ୍ତୁ

NEET UG Exam
ଆଜି NEET UG ପରୀକ୍ଷା

ଭୁବନେଶ୍ବର:ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ୟୁଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ ୫୬ ହଜାର 889 ଆଶାୟୀ ଦେବେ । କେବଳ ଭୁବନେଶ୍ବରରେ 14481 ପରୀକ୍ଷାର୍ଥୀ ରହିଛନ୍ତି । ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା 13ଟି ଆଞ୍ଚଳିକ ଭାଷାରେ ହେବ ।

ରାଜ୍ୟରେ ପରୀକ୍ଷା ପାଇଁ ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା, ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟାଗଡା ଆଦି ମୋଟ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି । ଅପରାହ୍ଣ ୨ଟାରୁ ୫ ଟା ୨୦ ମିନିଟ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହି ପରୀକ୍ଷା ସର୍ବଭାରତୀୟ ସ୍ତରରେ ୨୦ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଭୁବନେଶ୍ବରରେ ୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୧୪ ହଜାର ୪୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରକୁ ଇଲେକ୍ଟ୍ରୋନିକ ଗାଜେଟ ବାରଣ କରାଯାଇଛି ।

ଏହା ବି ପଢନ୍ତୁ...ସୋମବାରଠୁ ଓଜେଇଇ, 3ଟି ସିଫ୍ଟରେ ପରୀକ୍ଷା

ଏହା ବି ପଢନ୍ତୁ...ମଣିପୁରରେ ସ୍ଥଗିତ ରହିଲା NEET(UG), ରବିବାର ପରୀକ୍ଷା ଦେଇଥାନ୍ତେ 8 ହଜାରରୁ ଅଧିକ ଛାତ୍ରଛାତ୍ରୀ

ପରୀକ୍ଷା ପାଇଁ ମାର୍ଚ୍ଚ 6 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ 6 ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିଥିଲା । ଏନଟିଏ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଇଂରାଜୀ, ହିନ୍ଦୀ, ଅହମିଆ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ । ଏହି ପରୀକ୍ଷା ଗୁଡ଼ିକ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ କରାଯିବାକୁ ସମୟ ଧାର୍ଯ୍ୟ ହୋଇଛି । ଦୀର୍ଘ 3 ଘଣ୍ଟା 20 ମିନିଟ ସମୟ ପରୀକ୍ଷା ହେବ ।

ଅନ୍ୟପଟେ ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ ନିଟ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି । ତେବେ ସ୍ଥିତି ସ୍ବାଭାବିକ ହେବା ପରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ନୂଆ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଏନଟିଏ ପରୀକ୍ଷାର୍ଥୀଙ୍କ ପାଇଁ ସଂଶୋଧିତ ଆଡମିଟ କାର୍ଡ ଜାରି କରିବାର ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details