ଓଡିଶା

odisha

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ

By

Published : Oct 6, 2019, 10:05 PM IST

ନୟାପଲ୍ଲୀ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ବେଶ୍ ବଢିବାରେ ଲାଗିଛି । ମୀନାବଜାର ସହ ରାମଲୀଳା ଓ ଭଜନ ସଂନ୍ଧ୍ୟାର ଆୟୋଜନ କରାଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୟାପଲ୍ଲୀ ପୂଜା କମିଟି ସମସ୍ତ ପ୍ରକାରର ଅୟୋଜନ କରିଛନ୍ତି।

ଜମୁଛି ଭକ୍ତଙ୍କ ଭିଡ

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ପୂଜା ମଣ୍ଡପରେ ମା'ଙ୍କ ଅଷ୍ଟମୀ ପୂଜା । ମଣ୍ଡପରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି। ସନ୍ଧ୍ୟା ଆଳତୀ ସହ ମା'ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ର ଓ ବାଦ୍ୟ ଘଣ୍ଟ ବାଦରେ ହୁଲହୁଳିରେ କମ୍ପୁଛି ପୂଜା ମଣ୍ଡପ।

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଜୋର ଧରିଲାଣି ଭିଡ

ମା'ଙ୍କ ସନ୍ଧ୍ୟା ପୂଜା ସମେତ ରାତ୍ର ପୂଜା କରଯିବ । ସନ୍ଧ୍ୟା ସମୟରେ ଭକ୍ତ ମାନଙ୍କର ଭିଡ ଦେଖି କିଛି ଯେପରି ଅଘଟଣ ନ ଘଟେ ସେଥିପାଇଁ ପ୍ରଶାସନ ନଜର ରଖିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନୟାପଲ୍ଲୀ ପୂଜା କମିଟି ସମସ୍ତ ପ୍ରକାରର ଅୟୋଜନ କରିଛନ୍ତି।


ଭୁବନେଶ୍ବରରୁ ବିକାଶ ଦାସ

ABOUT THE AUTHOR

...view details