ଓଡିଶା

odisha

ETV Bharat / state

ଓଡିଶାର ପାରମ୍ପରିକ ଖାଦ୍ୟର ପ୍ୟାକେଜିଂ ଉପରେ ଜାତୀୟ କର୍ମଶାଳା

ଭାରତ ସରକାର 2020 ମସିହାରେ ଏମଏସଏମଇ କ୍ଷେତ୍ର ପାଇଁ ଉଦ୍ୟମ ପଞ୍ଜିକରଣ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏହି କ୍ଷେତ୍ରକୁ ବ୍ୟବସ୍ଥିତ କରିବା ସହିତ ସମସ୍ତ ଯୋଜନାର ଲାଭ ଯୋଗାଇ ଦିଆଯାଇପାରିବ । ଏ ପର୍ଯ୍ୟନ୍ତ ପ୍ରାୟ 1 କୋଟି 37 ଲକ୍ଷ ଉଦ୍ୟମ ପଞ୍ଜିକରଣ ହୋଇସାରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 29, 2023, 10:55 AM IST

ଭୁବନେଶ୍ବର: ଓଡିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି । କେନ୍ଦ୍ର MSME ମନ୍ତ୍ରଣାଳୟ ଓ ଓଡଶା ସରକାରଙ୍କର MSME ବିଭାଗ ସହାୟତାରେ ଫୋରମ ଫର୍‌ ଏଣ୍ଟରପ୍ରାଇଜ୍‌ ଡେଭଲପମେଣ୍ଟ, ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏଥିରେ ଭାରତ ସରକାରଙ୍କର MSME ମନ୍ତ୍ରଣାଳୟର ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ପଞ୍ଜିକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭାରତ ସରକାର 2020 ମସିହାରେ MSME କ୍ଷେତ୍ର ପାଇଁ ଉଦ୍ୟମ ପଞ୍ଜିକରଣ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏହି କ୍ଷେତ୍ରକୁ ବ୍ୟବସ୍ଥିତ କରିବା ସହିତ ସମସ୍ତ ଯୋଜନାର ଲାଭ ଯୋଗାଇ ଦିଆଯାଇପାରିବ । ଏ ପର୍ଯ୍ୟନ୍ତ ପ୍ରାୟ 1 କୋଟି 37 ଲକ୍ଷ ଉଦ୍ୟମ ପଞ୍ଜିକରଣ ହୋଇସାରିଛି । ଭାରତ ସରକାର MSME କ୍ଷେତ୍ରର ବିକାଶ ପାଇଁ ଋଣ ସୁବିଧା, ବଜାର ସଂଯୋଗୀକରଣ, ପ୍ରଯୁକ୍ତିଗତ ସହାୟତା ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି କହିଥିଲେ । ସଚିବ ଆହୁରି କହିଥିଲେ ଯେ, ଓଡ଼ିଆ ଖାଦ୍ୟର ସଠିକ ପ୍ୟାକେଜିଂ ହୋଇପାରିଲେ ଏହା ବୈଶ୍ବିକ ସ୍ତରରେ ଆଦୃତ ହୋଇପାରିବ । ଏହାଛଡା ସଠିକ ପ୍ୟାକେଜିଂ ଗ୍ରାହକଙ୍କୁ ଆକର୍ଷିତ କରିବା ସହ ଉତ୍ପାଦକୁ ବେଶୀ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବ ।

ରାଜ୍ୟ ସରକାରଙ୍କର MSME ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଆମର ପାରମ୍ପରିକ ଖାଦ୍ୟର ସୁନ୍ଦର ପ୍ୟାକେଜିଂ ଓ ସଠିକ ମାର୍କେଟିଂ ହୋଇପାରିଲେ ସେଗୁଡିକ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ ।

ଓଡ଼ିଶା ଖଦି ଏବଂ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ଏବଂ ଓରମାସର ସିଇଓ ଗୁହା ପୁନମ ତାପସ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଫୋରମ ଫର୍‌ ଏଣ୍ଟରପ୍ରାଇଜ୍‌ ଡେଭଲପମେଣ୍ଟ୍‌, ଭୁବନେଶ୍ୱରର ଅଧ୍ୟକ୍ଷ ପଞ୍ଚାନନ ଦାଶ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । MSME ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ, କଟକର ମୁଖ୍ୟ ପି.କେ ଗୁପ୍ତା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏଥିରେ ଭାରତୀୟ ପ୍ୟାକେଜିଂ ଇନଷ୍ଟିଚ୍ୟୁଟ୍ କୋଲକାତା, ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହାଇଦ୍ରାବାଦର ବିଶେଷଜ୍ଞ ଓ ଭାରତର ବିଭିନ୍ନ ଜାଗାରୁ ମେସିନ ଯୋଗାଣକାରୀମାନେ ଭାଗ ନେଇଥିଲେ । ଏହି କର୍ମଶାଳାରେ ଖାଦ୍ୟ ପ୍ୟାକେଜିଂ, ପ୍ରକ୍ରିୟାକରଣ, ଲାଇସେନ୍ସିଂ ଏବଂ ମାର୍କେଟିଂ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

ABOUT THE AUTHOR

...view details