ଓଡିଶା

odisha

ETV Bharat / state

ବଡ଼ଦିନ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ନନ୍ଦନକାନନ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରଥମିକତା

Safety of Tourists in Nandankanan For Christmas: ରାତି ପାହିଲେ ବଡ଼ଦିନ । ବଡ଼ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ଅଧିକ ପଢ଼ନ୍ତୁ

Nandankanan
Nandankanan

By ETV Bharat Odisha Team

Published : Dec 24, 2023, 7:11 PM IST

Nandankanan

ଭୁବନେଶ୍ବର:ରାତି ପାହିଲେ ବଡ଼ଦିନ । ଏଥିପାଇଁ ସବୁଠି ଉତ୍ସବ ମୁଖର । ତେବେ ବଡ଼ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହାସହ ଆଜି(ରବିବାର) ମଧ୍ୟ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହାସହ ବଡ଼ଦିନ ଓ ନବବର୍ଷ ପାଇଁ ପ୍ରସ୍ତୁତ ରହିଛି ନନ୍ଦନକାନନ । ଏହି ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ।

ବଡ଼ଦିନରେ ନନ୍ଦନକାନନକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ନେଇ ଆଶା କରାଯାଉଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବିଶେଷ ଭାବରେ ବଡ଼ଦିନ କିମ୍ବା ନୂଆବର୍ଷରେ ସ୍କୁଲ୍‌ ପିଲାମାନେ ନନ୍ଦନକାନନ ଆସିଥାଆନ୍ତି । ଏନେଇ ପିଲାଙ୍କର ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ତେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିଭଳି ଭାବରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ସେମାନଙ୍କ ପ୍ରବେଶ ଓ ପ୍ରସ୍ଥାନ କରିବେ ସେନେଇ ଧ୍ୟାନ ଦିଆଯାଉଛି । ଏପରିକି ପ୍ରାଣୀ ଉଦ୍ୟାନର ଅନେକ ସ୍ଥାନରେ ସିସିଟିଭି ମଧ୍ୟ ଲଗାଇ ଦିଆଯାଇଛି । ଏହାସହ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ନନ୍ଦନକାନନକୁ ଆଣାଯାଇଥିବା ନୂଆ ଜୀବଜନ୍ତୁକୁ ନୂଆବର୍ଷ ପାଇଁ ସେମାନଙ୍କର ଏନକ୍ଲୋଜରରେ ଛଡ଼ାଯିବ । ତେବେ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୋଟିଂର ମଜା ସହ ରୋପ୍‌ ୱେ'ର ମଧ୍ୟ ମଜା ନେଇପାରିବେ ପର୍ଯ୍ୟଟକ । ଏହାସହ ଶିଶୁମାନେ ଶିଶୁ ରେଳଗାଡ଼ିର ନନ୍ଦନକାନନର ଭ୍ରମଣର ମଜା ନେଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ....ସୋମବାର ବି ଖୋଲା ରହିବ ନନ୍ଦନକାନନ, ନୂଆବର୍ଷ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ ନୂଆ ଅତିଥି ଆସିଛନ୍ତି । ୨ଟି ୱାଲାବି ଓ ପ୍ରଥମ ଥର ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ନନ୍ଦନାନନକୁ ୪ ନୂଆ ଜୀବଜନ୍ତୁ ଅଣାଯାଇଛି । ୨୯ ତାରିଖରେ ୪ ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ ପର୍ଯ୍ୟଟକ । ଏହାସହ ପର୍ଯ୍ୟଟକମାନଙ୍କ ପାଇଁ ସୁରକ୍ଷା ଏବଂ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣିଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏହାସହ ପୋଲିସ ମଧ୍ୟ ରହିଛନ୍ତି । ଅନ୍ୟପଟେ ଅଧିକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ସିସିଟିଭି ମଧ୍ୟ ଲଗାଯାଇଛି ଏବଂ ଯେଭଳି ଭାବରେ ଜୀବଜନ୍ତୁଙ୍କ ଉପରକୁ ପର୍ଯ୍ୟଟକମାନେ ବାହାର ଖାଦ୍ୟ ପକାଇବା ଆଦିକୁ ମଧ୍ୟ ନଜର ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details