ଓଡିଶା

odisha

By

Published : Sep 22, 2022, 7:44 PM IST

Updated : Sep 23, 2022, 9:46 AM IST

ETV Bharat / state

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ଦୋହରାଇଲା କୃଷକ ସଂଗଠନ, ଅକ୍ଟୋବରରେ ମହାସଂଗ୍ରାମ

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜ୍ୟ ସରକାରଙ୍କୁ ଘେରିବ ନବନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢ଼ନ୍ତୁ

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ଦୋହରାଇଲା କୃଷକ ସଂଗଠନ, ଅକ୍ଟୋବରରେ ମହାସଂଗ୍ରାମ
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ଦୋହରାଇଲା କୃଷକ ସଂଗଠନ, ଅକ୍ଟୋବରରେ ମହାସଂଗ୍ରାମ

ଖୋର୍ଦ୍ଧା:ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛି ନବନିର୍ମାଣ କୃଷକ ସଙ୍ଗଠନ(Naba Nirman Krushak Sangathan) । ମୁଣ୍ଡ ଟେକିଲାଣି ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ମେଳି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜ୍ୟ ସରକାରଙ୍କୁ ଘେରିବ ସଙ୍ଗଠନ । ଦୀର୍ଘଦିନ ଧରି ଚାଷୀ ତାଙ୍କ ଦାବି କରିଆସୁଥିଲେ ମଧ୍ୟ ଏଯାବତ କୌଣସି ସମାଧାନ ହୋଇପାରିନାହିଁ । ଏନେଇ ଆସନ୍ତା ଅକ୍ଟୋବର ୧୪ ତାରିଖରୁ ଏକ ବିଶାଳ ସମାବେଶ କରିବାକୁ ସଂଗଠନ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ।

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ଦୋହରାଇଲା କୃଷକ ସଂଗଠନ, ଅକ୍ଟୋବରରେ ମହାସଂଗ୍ରାମ

ଏହି ପ୍ରସଙ୍ଗକୁ ନେଇ ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ମିଟିଂ କରାଯାଇଛି । କୃଷକମାନେ କିପରି ଏହି ପଦଯାତ୍ରାରେ ସାମିଲ ହେବେ ଓ ନିଜ ହକ୍ ପାଇଁ ଲଢେଇ କରିବେ ସେନେଇ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ମା' ବରମୂଳେଇଙ୍କ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀଙ୍କୁ ସେମାନଙ୍କ ହକ୍ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ।

ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯିବେ । ତେବେ ଏହି ଚାଷୀମାନଙ୍କ ଦାବି ହେଉଛି ଉତ୍ପାଦିତ ଧାନ ଫସଲର ଉଚିତ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ୩୬ ଲକ୍ଷ ଚାଷୀଙ୍କୁ ୫ ହଜାର ଲେଖାଏଁ ପେନସନ ଓ ଚାଷୀଙ୍କୁ ଉଚିତ ସମ୍ମାନ ଦାବି, ବାର୍ଦ୍ଧକ୍ୟ ଭତ୍ତା ୨ ହଜାରକୁ ବୃଦ୍ଧି ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି । ଆଜିର ଏହି ବୈଠକରେ କୃଷକ ନେତା ଶେଷଦେବ ନନ୍ଦ, ସୁରେଶ ମାନସିଂହ, ଅନ୍ବର ଅଲ୍ଲୀ, ଭିକାରୀ ସାହୁ, ମଦନ ସାହୁଙ୍କ ସହ ଶତାଧିକ କୃଷକ ଏହି ବୈଠକରେ ଯୋଗଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 23, 2022, 9:46 AM IST

ABOUT THE AUTHOR

...view details