ଭୁବନେଶ୍ବର:ମନ୍ତ୍ରୀ ନବ ଦାସଙ୍କୁ କାହା ଇସାରାରେ ହତ୍ୟା କରଗଲା ? ହତ୍ୟାକାଣ୍ଡ ପଛର ଷଡଯନ୍ତ୍ରକାରୀ କିଏ ? କାହା ଇସାରାରେ ଗୋପାଳ ଗୁଳି ଚଳାଇଥିଲା ? ଏହି ପ୍ରଶ୍ନ ଉପରୁ ପରଦା ହଟିନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ସାଙ୍ଘାତିକ ଅଭିଯୋଗ ସାମନାକୁ ଆସିଛି । ନବ ଦାସଙ୍କ ପତ୍ନୀ ମିନତୀ ଦାସ କହିଛନ୍ତି ତାଙ୍କ ସ୍ବାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି । ସ୍ବାମୀ ତାଙ୍କ ସହିତ କଥା ହୋଇଥିଲେ । ତାଙ୍କର ଅନେକ ଶତ୍ରୁ ଥିବା କଥା କହିଥିଲେ । ତେଣୁ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଚାର୍ଜସିଟରେ କହିଛନ୍ତି ମିନତୀ ।
ଚାର୍ଜସିଟର ତଥ୍ୟ ଅନୁସାରେ ମିନତୀ କହିବା ଅନୁସାରେ ସେ ସମ୍ବଲପୁରରେ ଥିବା ବିଜନେସ କଥା ବୁଝାବୁଝି କରୁଥିଲେ । ସରବାହାଲରେ ଥିବା ଘରକୁ ଆସିକି ମାସରେ 4ରୁ5 ଦିନ ରୁହନ୍ତି । ଗତ ଜାନୁଆରୀ 29 ତାରିଖରେ ସେ ଟିଭି ଦେଖି ଜାଣିଲେ ଯେ ତାଙ୍କ ସ୍ବାମୀଙ୍କୁ ବ୍ରଜରାଜ ନଗର ମ୍ୟୁନିସପାଲିଟିର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ଅଫିସ ରୁମର ଉଦଘାଟନକୁ ଯିବା ସମୟରେ କିଏ ଗୁଳି କରିଦେଇଛି । ପରେ ସେ ଜାଣିବାକୁ ପାଇଲେ ତାଙ୍କ ସ୍ବାମୀଙ୍କୁ ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳି କରିଛି । ସେ ସଙ୍ଗେ ସଙ୍ଗେ ଝାରସୁଗୁଡା ମେଡିକାଲକୁ ଆସିଲେ । ସେଠାରୁ ତାଙ୍କ ସ୍ବାମୀଙ୍କୁ ଭୁବନେଶ୍ବର ସିଫ୍ଟ କରାଗଲା ।
ଏହା ବି ପଢନ୍ତୁ- 'ନବ ଦାସ ନିଆଁ ଲିଭିବ ନାହିଁ, ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର'