ଓଡିଶା

odisha

ETV Bharat / state

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ... - ଛାତ୍ରକୁ ଦଣ୍ଡ ଦେଲେ ଶିକ୍ଷକ

ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଦଣ୍ଡମୁକ୍ତ ଅଞ୍ଚଳରେ ଆଜି ବି ପିଲାମାନେ ଦଣ୍ଡିତ ହେଉଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Sep 27, 2019, 10:14 PM IST

ଖୋର୍ଦ୍ଧା: ପିଲାମାନଙ୍କୁ ସ୍କୁଲରେ ଦଣ୍ଡ ଦିଆଯିବା କେତେ ଦୂର ଯଥାର୍ଥ ତାହା ଆଜି ବି ଏକ ବଡ଼ ପ୍ରଶ୍ନ । ଆମ ରାଜ୍ୟରେ ସମସ୍ତ ସ୍କୁଲକୁ 'ଦଣ୍ଡ ମୁକ୍ତ ଅଞ୍ଚଳ' ଘୋଷଣା କରାଯାଇଛି । ଅର୍ଥାତ୍ ସ୍କୁଲ ପରିସରରେ ପିଲାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବା ଅପରାଧ । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଜଣେ ମୁସଲମାନ ସମ୍ପ୍ରଦାୟର ଦଶମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ସୂଚନା ଅନୁସାରେ ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ମାଡ଼ ମାରିଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଛାତ୍ରଙ୍କ ବାପା ଶେଖ ହାଇଦର ଅଲ୍ଲୀ କହିବା ଅନୁଯାୟୀ ତାଙ୍କ ପୁଅ ଅସୁସ୍ଥତା କାରଣରୁ ତିନିଦିନ ସ୍କୁଲ ଯାଇପାରି ନଥିଲା । କିନ୍ତୁ ଗୁରୁବାର ପୁଅ ଅନୁଅର ଅଲ୍ଲୀ ସୁସ୍ଥ ହୋଇ ସ୍କୁଲ ଯାଇଥିଲେ । ସ୍କୁଲ ଗଲା ପରେ କିନ୍ତୁ ପ୍ରଧାନ ଶିକ୍ଷକ ସ୍କୁଲ ଛୁଟି କରିବା ଏବଂ ଜାତିଆଣ ଆକ୍ଷେପ କରି ନିର୍ଧୁମ ମାଡ ମାରିଥିଲେ ।


ଛାତ୍ର ଜଣକ ଘରକୁ ଯାଇ ଅଭିଭାବକଙ୍କୁ ସବୁ ଘଟଣା କହିଥିଲେ । ପରେ ଅଭିଭାବକ ପକ୍ଷରୁ ବେଗୁନିଆ ଥାନାରେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୋଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details