ଖୋର୍ଦ୍ଧା: କୋରୋନା ପାଇଁ ଫିକା ପଡିଲା ମୁସଲମାନ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ-ଉଲ-ଫିତର । ଦୀର୍ଘ ମାସେ ଧରି ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ଉପାଶ ରହି ଇଦ ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ସେହିପରି ଇଦଗାହାରେ ସମୂହ ନମାଜ ପାଠ କରନ୍ତି ।
କୋରୋନା କଟକଣା ସହ ଘରେ ଇଦ୍ ପାଳିଲେ ସଭିଏଁ
କୋରୋନା ପାଇଁ ଫିକା ପଡିଲା ମୁସଲମାନ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ-ଉଲ-ଫିତର । ଦୀର୍ଘ ମାସେ ଧରି ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ଉପାଶ ରହି ଇଦ ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ଅଧିକ ପଢନ୍ତୁ...
କୋରୋନା କଟକଣା ମାନି ମୁସଲମାନ ଭାଇ-ଭଉଣୀ ଘରେ ପାଳିଲେ ଇଦ୍
ତେବେ ଚଳିତ ବର୍ଷ କୋରୋନା ପାଇଁ ଇଦଗାହାରେ ସମୂହ ନମାଜପାଠ ଉପରେ କଟକଣା ଲାଗିଥିବାରୁ ବ୍ରତଧାରୀ ମାନେ ନିଜ ନିଜ ଘରେ ନମାଜ ପାଠ କରିଛନ୍ତି । ଯେପରି ଇଦ ଅବସରରେ ଲୋକେ ପ୍ରଶାସନର କଟକଣା ମାନିବେ ସେଥିପାଇଁ ଖୋର୍ଦ୍ଧାର ପ୍ରତି ଇଦଗାହାରେ ପୋଲିସର କଡା ନଜର ରଖିଥିବା ଦେଖାଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ