ଓଡିଶା

odisha

ETV Bharat / state

କଠୋର ହେଲା ନିୟମ, ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି MRI କିମ୍ବା ସିଟି ସ୍କାନ୍‌ - କ୍ୟାପିଟାଲ ହସ୍ପିଟାଲ

MRI or CT in Capital Hospital: ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ଟେଷ୍ଟ କରାଇ ପାରିବେ ନାହିଁ ରୋଗୀ ।ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

କଠୋର ହେଲା ନିୟମ
କଠୋର ହେଲା ନିୟମ

By ETV Bharat Odisha Team

Published : Dec 17, 2023, 7:31 AM IST

Updated : Dec 17, 2023, 2:12 PM IST

ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି MRI କିମ୍ବା ସିଟି ସ୍କାନ୍‌

ଭୁବନେଶ୍ବର:MRI ଓ ସିଟି ସ୍କାନ୍‌(MRI&CT Scan) ପାଇଁ ନକଲି ପ୍ରେସକ୍ରିପ୍ସନ ବ୍ୟବହାର କରୁଛନ୍ତି ଲୋକେ । ଏଣିକି ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ଟେଷ୍ଟ ପାଇଁ ଲେଖି ପାରିବେ ନାହିଁ ଡାକ୍ତର । ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଯାଞ୍ଚ ହେବ ରୋଗୀଙ୍କ ପ୍ରେସକ୍ରିପସନ୍ ।

ଦିନକୁ ଦିନ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ହସ୍ପିଟାଲରେ ସମସ୍ତ ପରୀକ୍ଷା ଆଦି ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ଅଧିକାଂଶ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷା କରାଉଛନ୍ତି । ଏହାସହ ସବୁଠାରୁ ବ୍ୟୟ ବହୁଳ ହେଉଛି MRI ଏବଂ ସିଟି ସ୍କାନ । ଯାହାକୁ ନେଇ କଠୋର ହୋଇଛି ହସ୍ପିଟାଲ । ଏନେଇ ଏବେ ଜାରି ହୋଇଛି ଏସ୍‌ଓପି । MRI ଏବଂ ସିଟି ସ୍କାନ କରିବା ପାଇଁ କୌଣସି ଡାକ୍ତର ଚାପ ପକାଇ ପରିବେ ନାହିଁ । MRI ଏବଂ ସିଟି ସ୍କାନ୍‌ କରିବା ପାଇଁ ପ୍ରେସକ୍ରିପସନ୍‌କୁ ମଧ୍ୟ ଠିକ୍ ଭାବରେ ଯାଞ୍ଚ କରାଯିବ । ତେବେ ଅଧିକାଂଶ ସମୟରେ ଯାଞ୍ଚରୁ ଜଣାପଡିଛି ଯେ, ଘରୋଇ ଡାକ୍ତରଙ୍କଠାରୁ କିଛି ନକଲି ପ୍ରେସକ୍ରିପସନ୍ ଗ୍ରହଣ କରି କ୍ୟାପିଟାଲରେ MRI ଏବଂ ସିଟି ସ୍କାନ୍‌ କରାଯାଉଥିବା । ଯେହେତୁ ଘରୋଇ ସ୍ତରରେ MRI ଓ ସିଟି ସ୍କାନ୍‌ (MRI & CT Scan) ବ୍ୟୟବହୁଳ ଅଟେ । ତାହାକୁ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ କରିବା ପାଇଁ ରୋଗୀମାନେ ନକଲି ପ୍ରେସକ୍ରିପସନ୍ ବ୍ୟବହାର କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା

ହସ୍ପିଟାଲର ଡାକ୍ତରମାନେ କିଛି ଅନୁସନ୍ଧାନ ନକରି ଏମଆରଆଇ ଓ ସିଟି ସ୍କାନ ପାଇଁ ଲେଖୁଛନ୍ତି । ତେଣୁ ନିମ୍ନ ପଦକ୍ଷେପ ହସ୍ପିଟାଲ ପକ୍ଷରୁ ଗ୍ରହଣ କରାଯିବ;

1. କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା PGIMERର ଡାକ୍ତରମାନେ କେବଳ MRI ଓ ସିଟି ସ୍କାନ୍‌ ପାଇଁ ପରାମର୍ଶ ଦେଇପାରିବେ । ଯାହାଦ୍ବାରା ସଂପୃକ୍ତ ସୁବିଧାଗୁଡ଼ିକ ପାଇ ପାରିବେ ଆବଶ୍ୟକ କରୁଥିବା ଲୋକେ ।

2. MRI ଓ ସିଟି ସ୍କାନ୍‌ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସକ୍ରିପ୍ସନ୍‌ ରେଫେରାଲର ଯାଞ୍ଚ କରାଯିବ । ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ । ଅନ୍ୟପଟେ ଡାକ୍ତରମାନେ ଉକ୍ତ ପରୀକ୍ଷା ପାଇଁ ନିଜ ବିଭାଗ ସହିତ ଜଡ଼ିତ MRI ଓ ସିଟି ସ୍କାନ୍‌ ପାଇଁ ପରାମର୍ଶ ଦେବେ ।

3. MRI ଓ ସିଟି ସ୍କାନ୍‌ ପାଇଁ ଫର୍ମଗୁଡିକ ସଠିକ୍ ଭାବରେ ପୂରଣ ହେବା ଆବଶ୍ୟକ । ଯଦି କୌଣସି ଫର୍ମରେ କୌଣସି କିଛି ସଂଶୋଧନ କରାଯାଇଛି ତେବେ ଏହାକୁ ଗ୍ରହଣ କରାଯିବ ନାହିଁ । ତେବେ ଫର୍ମରେ ସଠିକ ଭାବରେ ଲେଖାଯିବା ଆବଶ୍ୟକ ।

4. ଅନେକ ସମୟରେ ଦେଖାଯାଇଛି ଯେ, ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ MRI ଏବଂ ସିଟି ସ୍କାନ ରୁମ୍‌ରେ ପ୍ରବେଶ କରୁଛନ୍ତି । ନିଜ ଇଚ୍ଛା ଅନୁଯାୟୀ MRI ଏବଂ ସିଟି ସ୍କାନ କରିବା ପାଇଁ ଟେକ୍ନିସିଆନଙ୍କ ଉପରେ ଚାପ ପକାଉଛନ୍ତି । ସେମାନଙ୍କ ଉପରେ କଡା ନଜର ରଖାଯିବ।

5. MRI ଏବଂ ସିଟି ସ୍କାନ ପାଇଁ କୌଣସି ସନ୍ଦେହ ଜନକ ପରିସ୍ଥିତି ଦେଖାଦିଏ ତେବେ ଉକ୍ତ ଡାକ୍ତର କିମ୍ବା କର୍ତ୍ତୃପକ୍ଷଙ୍କ ଯାଞ୍ଚ ପରେ ଏମଆରଆଇ ଓ ସିଟି ସ୍କାନ କରାଯିବ । ଯଦି କୌଣସି ସ୍ବାସ୍ଥ୍ୟକର୍ମୀ କିମ୍ବା ଡାକ୍ତରମାନେ ବିଶୃଙ୍ଖଳା କରନ୍ତି ତେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 17, 2023, 2:12 PM IST

ABOUT THE AUTHOR

...view details