ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଚିନ୍ତାରେ ସସ୍ମିତ, ସୁର ରଖିଲେ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଚିନ୍ତାପ୍ରକଟ କଲେ ସାଂସଦ ସସ୍ମିତ ପାତ୍ର । ସୁର କହିଲେ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କ ଲୋକପ୍ରିୟତା କମିଲାଣି । ଅଧିକ ପଢନ୍ତୁ

CM Naveen Social media post
CM Naveen Social media post

By

Published : Jan 16, 2023, 7:09 PM IST

ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଚିନ୍ତାପ୍ରକଟ କଲେ ସାଂସଦ ସସ୍ମିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚିନ୍ତା ପ୍ରକଟ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜେଡିର ସାମାଜିକ ଗଣମାଧ୍ୟମ ପରିବାରର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏନେଇ ମନ୍ତବ୍ୟ ରଖିଥିବା ବେଳେ ଏବେ ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଜିଲ୍ଲା ପରିଷଦ ଏବଂ ବ୍ଲକ ଚ୍ୟାରମ୍ୟାନ ଯେତିକି ଲାଇକ କରୁଛନ୍ତି ସାଂସଦ ବିଧାୟକ ସେତିକି କରୁନାହାନ୍ତି । ସସ୍ମିତଙ୍କ ଏହି ମନ୍ତବ୍ୟ ନେଇ ସୁର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଗଲାଣି ସେଥିଲାଗି ସାଂସଦ ଏପରି କହିଛନ୍ତି ।

ଭୁବନେଶ୍ବରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ସସ୍ମିତ ଉପସ୍ଥିତ ଜନତାଙ୍କୁ ପଚାରୁଛନ୍ତି ରାଜ୍ୟରେ ଯେତିକି ବିଧାୟକ ସାଂସଦ ଅଛନ୍ତି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପେଜ୍‌ ଅର୍ଥାତ ଫେସବୁକ କିମ୍ବା ଟୁଇଟରରେ ଲାଇକ କରୁଛନ୍ତି ନା ନାହିଁ ? ଜିଲ୍ଲା ପରିଷଦ ଏବଂ ବ୍ଲକ ଚେୟାରମ୍ୟାନ ଓ ସାଧାରଣ ଜନତା ଯେତିକି ଲାଇକ କରୁଛନ୍ତି ସାଂସଦ ବିଧାୟକ ସେତିକି ଲାଇକ କରୁନାହାନ୍ତି ବୋଲି କହିଛନ୍ତି ସସ୍ମିତ । କହୁ କହୁ ସସ୍ମିତ କହିଦେଇଛନ୍ତି ସମସ୍ତ ବିଧାୟକ ଓ ସାଂସଦ ଯେଉଁ କାମ କରିପାରୁନାହାନ୍ତି ସେହିକାମ କରିଦେଖାଉଛନ୍ତି ବ୍ଲକ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ । ଯେଉଁମାନଙ୍କର ସଂଖ୍ୟା ୯୦ ପ୍ରତିଶତ ।

ଏହା ବି ପଢନ୍ତୁ- ଚିଲିକା BJDରେ କାଦୁଅ ଫିଙ୍ଗା ରାଜନୀତି, ଅଭିଯୋଗ ପରେ ଜଗଦେବଙ୍କୁ ରଘୁଙ୍କ କଡା ସମାଲୋଚନା

ଦଳର ବିଧାୟକ ଓ ସାଂସଦ ମାନଙ୍କ ସଂଖ୍ୟା କେତେ ବୋଲି ବାରମ୍ବାର ପଚାରିବା ସହିତ ସେମାନେ ଲାଇକ କରୁନଥିବା କଥା କହିଛନ୍ତି ସସ୍ମିତ । ପରୋକ୍ଷରେ ସେ ଇଙ୍ଗିତ କରିଛନ୍ତି ଦଳର ବିଧାୟକ ଓ ସାଂସଦଙ୍କ ତୁଳନାରେ ତୃଣମୂଳସ୍ତରରେ କାମ କରୁଥିବା କର୍ମୀ ନବୀନଙ୍କୁ ଫେସବୁକ ପୋଷ୍ଟରେ ଟୁଇଟର ପୋଷ୍ଟରେ ଲାଇକ କରୁଛନ୍ତି । ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ସସ୍ମିତ ।

ଭାଇରାଲ ଭିଡିଓରେ ଜାଣିବାକୁ ମିଳୁଛି ଯେ ଉକ୍ତ ସଭାରେ ଉପସ୍ଥିତ ଥିବା ଜଣେ କର୍ମୀ ଭିଡିଓଟିକୁ ଉତ୍ତୋଳନ କରିଛନ୍ତି । ସସ୍ମିତଙ୍କ ଏପରି ମନ୍ତବ୍ୟ ଉପରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ସସ୍ମିତଙ୍କ ଏପରି କହିବା ପଛର କାରଣ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କ ପପୁଲାରିଟି କମିଗଲାଣି । ସେଥିପାଇଁ ସସ୍ମିତ ଏପରି କହୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details