ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ସମସ୍ତେ ସମସ୍ତଙ୍କର ଆଚରଣ ଏବଂ ଉଚ୍ଚାରଣରେ ସଞ୍ଜମତା ରଖିବା ଦରକାର । କର୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଯିଏବି ଆକ୍ରମଣ କରୁଛି ତାକୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣକୁ ନେଇ ଆଜି ଏପରି କିଛି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ସାଂସଦଙ୍କ ନିନ୍ଦା
ଭୁବନେଶ୍ବରରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି ।
ସାମ୍ବାଦିକାଙ୍କ ଉପରେ ଆକ୍ରମଣକୁ ସାଂସଦଙ୍କ ନିନ୍ଦା
ଏହାସହ ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି । ସୂଚନାଥାଉକି, ଶନିବାର ସନ୍ଧ୍ୟାରେ ଏକ ଗଣମାଧ୍ୟମର ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଭୁବନେଶ୍ବରର ଏସପ୍ଲାନେଡ ମଲରେ ଆକ୍ରମଣ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ