ଓଡିଶା

odisha

ETV Bharat / state

ରାଜଧାନୀବାସୀଙ୍କୁ ଘାରିଲାଣି ମଶା ଚିନ୍ତା - Bhubaneswar

ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା ଆଉ ତା ସାଙ୍ଗକୁ ରାସ୍ତା ଘାଟରେ ଅଳିଆ ଆବର୍ଜନାର ପାହାଡ । ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଜମିଛି ବର୍ଷାପାଣି । ଫଳରେ ରାଜଧାନୀ ଭୁବନେଶ୍ବରରେ ମଶା ବଂଶ ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Jul 3, 2019, 12:33 PM IST

ଭୁବନେଶ୍ବର: ବର୍ଷା ଋତୁ ଆରମ୍ଭ ହେଲେ ବେହାଲ ହୁଏ ରାଜଧାନୀ । ରାସ୍ତା ତ ରାସ୍ତା ଏକ ପ୍ରକାର ଘରୁ ବାହାରିବା ହୋଇଯାଏ ମୁସକିଲ । ଆଣ୍ଠୁଏ ଆଣ୍ଠୁଏ ପାଣି ରାସ୍ତା ଉପରେ ଲହଡି ଭାଙ୍ଗେ । ଏହାର କାରଣ ହେଲା ସାର୍ଟସିଟିର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାବନୀବାସୀ । ତେବେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାବେଳେ ଏବେ ରାଜଧାନୀବାସୀଙ୍କୁ ଘାରିଲାଣି ମଶା ବଂଶ ବୃଦ୍ଧି ଚିନ୍ତା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସହରର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ପୂର୍ଣ୍ଣ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ବର୍ଷା ପାଣି ଜମା ହେଉଛି । ଫଳରେ ମଶାଙ୍କ ବଂଶ ବୃଦ୍ଧି ହେବା ସହ ଏମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସେପଟେ କିନ୍ତୁ ବର୍ଷ ବର୍ଷ ଧରି ଦେଖାନାହିଁ ମଶାଧୂଆଁ ଗାଡି ଓ ମଶାମରା ତେଲ । ଫଳରେ ଆନୋଫିଲିସ, ଏଡସି ଏବଂ କ୍ୟୁଲେକ୍ସ ଭଳି ମଶା ମାତିବାରେ ଲାଗିଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଏମସି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ହେଲେ ଏନେଇ ବିଏମସି କୌଣସି ପଦକ୍ଷେପ ନେଉନାହିଁ ।

କିନ୍ତୁ ସେପଟେ ବିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ମିଶ୍ର କହୁଛନ୍ତି ଏମଏଲଓ, ଲାର୍ଭିସିଡାଲ ପାଣି ଜମା ସ୍ଥାନ ଗୁଡ଼ିକରେ ପକାଯାଉଛି । ଟେମେଫସ ଲିକୁଇଡ଼ ସ୍ପ୍ରେ କରାଯିବା ସହ ମଶାଙ୍କ ବଂଶ ବୃଦ୍ଧିକୁ ରୋକିବା ପାଇଁ ଗାମୁସିଆ ମାଛ ମଧ୍ୟ ଛଡାଯାଉଛି । ଏଥିସହ ବିଏମସି ସ୍କ୍ବାର୍ଡ ପକ୍ଷରୁ ଜମାଥିବା ଅନାବଶ୍ୟକ ଟାଇଆର ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଏ ଦିଗରେ ଯଦି ବିଏମସି ଠିକ ଭାବେ ନିଜ ଦାୟିତ୍ବ ନ ତୁଲାଇବ ଆଗାମୀ ଦିନରେ ନାନାଦି ରୋଗର ଶିକାର ହେବେ ରାଜଧାନୀବାସୀ ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details