ଓଡିଶା

odisha

ETV Bharat / state

ଆଠ ଯୋଡା ଟ୍ରେନରେ ସ୍ଥାୟୀ ଭାବେ ଲାଗିବ ଅତିରିକ୍ତ କୋଚ, ଦେଖନ୍ତୁ ତାଲିକା - ଆଠ ଯୋଡା ଟ୍ରେନରେ ସ୍ଥାୟୀ ଭାବେ ଲାଗିବ ଅତିରିକ୍ତ କୋଚ

ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି (More Coaches to be added Eight pair of important trains) । ଅଧିକ ପଢନ୍ତୁ

ଆଠ ଯୋଡା ଟ୍ରେନରେ ସ୍ଥାୟୀ ଭାବେ ଲାଗିବ ଅତିରିକ୍ତ କୋଚ
ଆଠ ଯୋଡା ଟ୍ରେନରେ ସ୍ଥାୟୀ ଭାବେ ଲାଗିବ ଅତିରିକ୍ତ କୋଚ

By

Published : Dec 19, 2022, 10:55 PM IST

ଭୁବନେଶ୍ବର: ସାଧାରଣ ଜନତା, ବିଶେଷକରି ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି (More Coaches to be added Eight pair of important trains) । ଯାତ୍ରୀ ପ୍ରୋଫାଇଲ ପରିଚାଳନାକୁ ସମୀକ୍ଷା ପରେ ଜଣାପଡିଛି ଯେ ଉପରୋକ୍ତ ଟ୍ରେନ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବଲପୁରରୁ ଛାଡୁଥିବା ଟ୍ରେନ

ଏହାବି ପଢନ୍ତୁୃ- ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଂସା, ସୁରକ୍ଷାକର୍ମୀଙ୍କ ସହ ବିବାଦ ପରେ ଛାତ୍ରଙ୍କ ଗଣ୍ଡଗୋଳ

ଏକ୍ସପ୍ରେସ 1 ଜାନୁଆରୀ, 2023 ଠାରୁ ଏବଂ ବନାରସରୁ 2 ଜାନୁୟାରୀ, 2023 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି -3 ଟାୟାର ଏବଂ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବ । କୋଚ ସଂଯୋଗ ପରେ, ଏହି ଟ୍ରେନ 19 କୋଚ ପରିବର୍ତ୍ତେ 21 କୋଚ ସହିତ ଚଳାଚଳ କରିବ ।

ସମ୍ବଲପୁରରୁ ଛାଡୁଥିବା 22804/22803 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଭାୟା ଅନୁଗୁଳ ଏବଂ ଭଦ୍ରକ ଟ୍ରେନ ରେ 6 ଜାନୁଆରୀ, 2023 ଠାରୁ ସମ୍ବଲପୁରରୁ ଏବଂ 7 ଜାନୁଆରୀ, 2023 ଠାରୁ ଶାଲିମାରରୁ ସ୍ଥାୟୀ ଭିତ୍ତିରେ ପ୍ରତ୍ୟେକ ଗୋଟିଏ କରି ଅତିରିକ୍ତ ଏସି -3 ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ କୋଚ ସହିତ ବୃଦ୍ଧି କରାଯିବ । ବୃଦ୍ଧି ପରେ, ଏହି ଟ୍ରେନ ପୂର୍ବ 19 କୋଚ ପରିବର୍ତ୍ତେ 21 କୋଚ ସହିତ ଚାଲିବ ।

ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ

ଭୁବନେଶ୍ୱରରୁ ଛାଡୁଥିବା 12892/12891 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ 15 ଡିସେମ୍ବର, 2022 ଠାରୁ ଏବଂ ବାଙ୍ଗିରିପୋସିରୁ 16 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ସଂରକ୍ଷିତ କୋଚ ସହିତ ଚଳାଚଳ କରିବ । ଏହି କୋଚ ସଂଯୋଗ ପରେ , ଏହି ଟ୍ରେନ 14 କୋଚ ପରିବର୍ତ୍ତେ 15 କୋଚ ସହିତ ଚଳାଚଳ କରିବ । 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସରେ ଉଭୟ ଦିଗରୁ 15 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ତିନିଟି ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ସଂଯୋଗ ହୋଇଛି । ଅତିରିକ୍ତ କୋଚ ସଂଯୋଗ ପରେ, ଏହି ଟ୍ରେନ ପୂର୍ବର 12 କୋଚ ପରିବର୍ତ୍ତେ 15 କୋଚ ସହିତ ଚଳାଚଳ କରୁଛି ।

ପୁରୀରୁ ଛାଡୁଥିବା ଟ୍ରେନ

12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ 26 ଡିସେମ୍ବର, 2022 ଠାରୁ ଏବଂ ନୂଆଦିଲ୍ଲୀରୁ 28 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର କୋଚ ସଂଯୋଗ କରାଯିବ । ଏହି ଟ୍ରେନ ପୂର୍ବର 20 କୋଚ ପରିବର୍ତ୍ତେ 21 କୋଚ ସହିତ ଚଳାଚଳ କରିବ ।

12815/12816 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) - ପୁରୀ ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ 29 ଡିସେମ୍ବର, 2022 ଠାରୁ ଏବଂ ଆନନ୍ଦ ବିହାରରୁ 31 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର କୋଚ ସଂଯୋଗ କରାଯିବ । ଏହି ଟ୍ରେନ ପୂର୍ବର 21 କୋଚ ପରିବର୍ତ୍ତେ 22 କୋଚ ସହିତ ଚଳାଚଳ କରିବ ।

12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀରୁ ନୀଳାଚଳ ଏକ୍ସପ୍ରେସ ପୁରୀରୁ 30 ଡିସେମ୍ବର, 2022 ଠାରୁ ଏବଂ ଆନନ୍ଦ ବିହାରରୁ 1 ଜାନୁଆରୀ, 2023 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର କୋଚ ସଂଯୋଗ କରାଯିବ । ଏହି ଟ୍ରେନ ପୂର୍ବର 21 କୋଚ ପରିବର୍ତ୍ତେ 22 କୋଚ ସହିତ ଚଳାଚଳ କରିବ ।

18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀ ଠାରୁ 1 ଜାନୁଆରୀ, 2023 ରୁ ଏବଂ ଶାଲିମାରରୁ 2 ଜାନୁଆରୀ, 2023 ରୁ ସ୍ଥାୟୀ ଭିତ୍ତିରେ ଦୁଇଟି ଅତିରିକ୍ତ ସ୍ଲିପର କ୍ଲାସ କୋଚ ସହିତ ଚଳାଚଳ କରିବ । ଏହି ଟ୍ରେନ ପୂର୍ବ 20 କୋଚ ପରିବର୍ତ୍ତେ 21 କୋଚ ସହିତ ଚଳାଚଳ କରିବ ।

ABOUT THE AUTHOR

...view details