ଓଡିଶା

odisha

ETV Bharat / state

ମୌସୁମୀ ପାଇଁ ପାଗ ଅନୁକୂଳ, ଆଗାମୀ ୪୮ ଘଣ୍ଟାରେ କେରଳ ଉପକୂଳ ଛୁଇଁବ - ଆଗାମୀ ୪୮ ଘଣ୍ଟାରେ କେରଳ ଉପକୂଳ ଛୁଇଁବ ମୌସୁମୀ

ଆଗାମୀ ୪୮ ଘଣ୍ଟାରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏଥର ଚାରିଦିନ ବିଳମ୍ବରେ ମୌସୁମୀ ବାୟୁ ଛୁଇଁବ । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

By

Published : Jun 7, 2023, 7:52 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟାରେ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । କେରଳ ଉପକୂଳରେ ମେଘ ସମୂହର ଘନତ୍ଵ ବୃଦ୍ଧି ଓ ପଶ୍ଚିମ ବାୟୁର ସକ୍ରିୟତା କେରଳରେ ମୌସୁମୀ ବାୟୁର ପ୍ରବାହକୁ ଅଧିକ ତ୍ଵରାନିତ୍ଵ କରୁଛି । ଏହାକୁ ନେଇ ୪୮ ଘଣ୍ଟା ଅର୍ଥାତ ୮ ତାରିଖ ବେଳକୁ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପୂର୍ବରୁ ଜୁନ ୪ ବେଳକୁ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ବିଭାଗ ପୂର୍ବାନୁମାନ କରିଥିଲା । 4 ଦିନ ବିଳମ୍ବରେ ମୌସୁମୀ ଛୁଇଁବ । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିବା ବୋଲି ଆକଳନ କରାଯାଇଛି ।


ଅନ୍ୟପଟେ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଅସହ୍ୟ ତାତିକୁ ନେଇ ମୟୂରଭଞ୍ଜ ଜିଲ୍ଲା ପାଇଁ ପାଣିପାଗ ବିଭାଗ ହିଟୱେଭ ଜାରି କରିଛି । ଏଭଳି ପାଗରେ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ତାତିରୁ କିଛିଟା ଆସ୍ବସ୍ତି ଦେଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । କଟକର କଣ୍ଟାପଡ଼ାରେ ସର୍ବାଧିକ ୪୫ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟରେ ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୪.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୩.୪ ଡ଼ିଗ୍ରୀ, ହୀରାକୁଦରେ ୪୩ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୨ ଡ଼ିଗ୍ରୀ ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୨ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details