ଭୁବନେଶ୍ବର: ପଦାରେ ପଡ଼ିଲା ଓଡିଶା ସାଇବର କ୍ରାଇମ ବ୍ରାଞ୍ଚ । ହ୍ୟାକ୍ ହୋଇଥିବା ଆକାଉଣ୍ଟ୍ ବନ୍ଦ କରିବାରେ ଫେଲ୍ ମାରୁଛି ବିଭାଗ । ଜଣାଶୁଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇ ୩ ମାସ ବିତିଲାଣି । ଅରୁଣ ସାହୁଙ୍କ ଆକାଉଣ୍ଟ୍ରୁ ଫେସ୍ବୁକ୍ ଲାଇଭ୍ କରୁଛି ହ୍ୟାକର । ବର୍ତ୍ତମାନ ଇଟିଭି ଭାରତ ଟିମ୍ ହାତରେ ଲାଗିଛି ହ୍ୟାକର ଫୋଟ ।
ବିଧାୟକ ଅରୁଣ ସାହୁଙ୍କ ଫେସବୁକ ଆକାଉଣ୍ଟ୍ ହ୍ୟାକ୍, ୩ ମାସ ହେଲା ଅପରେଟ କରୁଛି ହ୍ୟାକର ଏନେଇ ଅରୁଣ ସାହୁଙ୍କ PR ଟିମ୍କୁ ଯୋଗାଯୋଗ କରାଯାଇଥିଲା । ତେବେ ଆକାଉଣ୍ଟଟି 3ମାସ ତଳୁ ହ୍ୟାକ୍ ହୋଇଥିବା ଜଣା ପଡ଼ିଛି । ହ୍ୟାକର ଆକାଉଣ୍ଟର ଆସେସ୍ ନିଜ ପାଖରେ ରଖିଛି । ହ୍ୟାକର ଆକାଉଣ୍ଟ ଇନ୍ଫୋରେ ସେ ତୁର୍କୀରେ ରହୁଥିବା ଏବଂ ଏକ ନମ୍ବର ମଧ୍ୟ ଅପଡେଟ୍ କରିଛି । ରାଜ୍ୟର ଜଣେ ଚର୍ଚ୍ଚିତ ବିଧାୟକ ତଥା ପୁର୍ବତନ ମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ ହୋଇ 3 ମାସ ଧରି ନିଜ ଅଧିନରେ ଅପରେଟ୍ କରୁଛି ଅଥଚ କ୍ରାଇମବ୍ରାଞ୍ଚର ସାଇବର ଥାନା ପୋଲିସ ଏଯାଏଁ କୌଣସି ଟେର୍ ପାଇ ପାରୁନି । ରାଜ୍ୟ ସାଇବର ଥାନାର ପୋଲିସର ଅପରାଗତା ସାମ୍ନାକୁ ଆସିଛି ।
ଏନେଇ ଗତ ସେପ୍ଟେମ୍ବର ୧୯ ତାରିଖରୁ ଅଭିଯୋଗ ହୋଇଥିବା ସତ୍ତ୍ବେ । ସେହି ଆକାଉଣ୍ଟରୁ ହ୍ୟାକର୍ ଲାଇଭ୍ କରୁଛି । ଏପରିକି କେତେବେଳେ କିଛି ଫଟୋ ଅପଲୋଡ୍ ଓ ଡିଲିଟ ମଧ୍ୟ କରୁଛି । ଆକାଉଣ୍ଟ ଜରିଆରେ ଏବେ ଅନେକ ହାଇପ୍ରୋଫାଇଲ ଲୋକ ଯୋଡ଼ି ହୋଇଛନ୍ତି । 3 ମାସ ତଳୁ ନିମିତ୍ତ ଅରୁଣ ସାହୁ ସେହି ଫେସବୁକ୍ ଆକାଉଣ୍ଟରେ ଅନେକ ବ୍ୟକ୍ତିଗତ ଫଟୋ ପକାଇବା ସହ ଅନେକ କାର୍ଯ୍ୟକ୍ରମ ଫଟୋ ଅପଲୋଡ କରିଥିବା ଦେଖିବାକୁ ମିଳିଛି । ଏବେ ସେହି ଆକାଉଣ୍ଟ ର ପାସଓ୍ବାର୍ଡ ଓ ଆଇଡି ଆସେସ୍ ହ୍ୟାକର ପାଖରେ ରହିଛି ।
ବିଧାୟକ ଅରୁଣ ସାହୁଙ୍କ ଫେସବୁକ ଆକାଉଣ୍ଟ୍ ହ୍ୟାକ୍, ୩ ମାସ ହେଲା ଅପରେଟ କରୁଛି ହ୍ୟାକର ଯଦି କିଛି ସମ୍ବେଦନଶୀଳ ଫଟୋ ବା ଭିଡିଓ ଅପଲୋଡ୍ ହୁଏ ତେବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇପାରେ । କ୍ରାଇମବ୍ରାଞ୍ଚର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ରାଜ୍ୟରେ ଯଦି ଜଣେ ବିଧାୟକଙ୍କ ଏପରି ଅବସ୍ଥା ତେବେ ସାଧାରଣ ଲୋକଙ୍କ ସମସ୍ୟା କେତେ ଦୂର ସମାଧାନ କରୁଥିବ ରାଜ୍ୟ ସାଇବର ଥାନା ଟିମ୍ ତାହା ଅନୁମେୟ ।