ଓଡିଶା

odisha

ETV Bharat / state

ସ୍କ୍ରିନିଂ କମିଟିର ବୈଠକ, ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ - congress list

ରାଜନୈତିକ ଦୃଷ୍ଟିକୋଣରୁ ଚଳିତ ବର୍ଷ ରାଜ୍ୟ ପାଇଁ ବେଶ ଗୁରୁତ୍ବବହନ କରୁଛି । ଏବର୍ଷ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Feb 13, 2019, 4:00 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଭୁବନେଶ୍ୱର: ମିଶନ 2019 ପାଇଁ ଏବେ ଠାରୁ କସରତ କରିବା ଆରମ୍ଭ କଲାଣି କଂଗ୍ରେସ । ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଦଳୀୟ ନେତୃବୃନ୍ଦ । କଳେବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ କଂଗ୍ରେସ କ୍ୟାମ୍ପରେ ଚାଲିଛି ଘନଘନ ବୈଠକ ।

ରାଜନୈତିକ ଦୃଷ୍ଟିକୋଣରୁ ଚଳିତ ବର୍ଷ ରାଜ୍ୟ ପାଇଁ ବେଶ ଗୁରୁତ୍ବବହନ କରୁଛି । ଏବର୍ଷ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘ 19 ବର୍ଷ ଧରି ରାଜ୍ୟରେ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ପୁଣିଥରେ ଶାସନ ଗାଦି ଦଖଲ କରିବାକୁ ସ୍ବପ୍ନ ଦେଖୁଛି । ଏଥିପାଇଁ ବେଶ କିଛି ଦିନ ହେବ କଂଗ୍ରେସ ଶିବିରରେ ଚାଲିଛି ମାନସମନ୍ଥନ ।

ଏଥରର ନିର୍ବାଚନରେ ବେଶ ସତର୍କତାର ସହ ଗୋଟି ଚାଳନା କରୁଛି । ଖାସ କରି ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିବା ପ୍ରସଙ୍ଗରେ ଗୁରୁତର ସହ ବିଚାରବିମର୍ଶ କରାଯାଉଛି । ଏହା ସହ ଟିକେଟ ବଣ୍ଟନରେ ସ୍ବଚ୍ଛତା ରଖିବା ଉପରେ ଗୁରୁତ୍ବାରୋପ କରିଛି ଦଳ । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ରଖାଯାଇଛି ଫୋକସ ।

ଏହି ମର୍ମରେ ଓଡିଶାରେ ଆସି ପହଞ୍ଚିଛନ୍ତି ଦୁଇ ଜାତୀୟସ୍ତରର ନେତା । ସେମାନେ ହେଉଛନ୍ତି କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି ସାଥୀସନ ଏବଂ ଏହି କମିଟିର ସଦସ୍ୟ ନୌସାଦ ସୋଲାଙ୍କି । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ ଉଭୟ ନେତା ରାଜ୍ୟସ୍ତରର ନେତୃବୃନ୍ଦଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।


ଏହି କ୍ରମରେ ବୁଧବାର(ଆଜି) କଂଗ୍ରେସ ଭବନଠାରେ ଭୁବନେଶ୍ବର ଏବଂ କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ବିଧାନସଭା ଆସନରୁ କିଏ ପ୍ରାର୍ଥୀ ହେବ ସେ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ । ଅନ୍ୟପଟେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି ।

ପ୍ରକାଶଙ୍କ ଅନୁପସ୍ଥିତିକୁ ଜୋରଦାର ଚର୍ଚ୍ଚା

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଭବନରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ କଟକ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇପଡିଛି । 2014 ନିର୍ବାଚନରେ ସାଲେପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ । ବୁଧବାର (ଆଜି) ଅନୁଷ୍ଠିତ ହୋଇଥିବା ବୈଠକରେ ତାଙ୍କର ଅନୁପସ୍ଥିତି ବାରି ହୋଇପଡିଛି।

ବେଶ କିଛି ଦିନ ପ୍ରକାଶ, ନିଜ ଦଳ କଂଗ୍ରେସ ଠାରୁ ଦୂରେବାରେ ଲାଗିଛନ୍ତି । ଏପରିକି ଅନେକ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନାହିଁ। ଗତ ମାସରେ ନିଜର ନିର୍ବାଚନମଣ୍ଡଳୀରେ ଏକ ଦଳୀୟ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବ୍ୟବହୃତ ବ୍ୟାନରରେ କଂଗ୍ରେସର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ବ୍ୟକ୍ତିଗତ ଭାବେ କିଛି ସ୍ପଷ୍ଟ କରିନାହାନ୍ତି ସେ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details