ଓଡିଶା

odisha

ETV Bharat / state

ମତଦାନ କେନ୍ଦ୍ରରେ ରହିବେ ନାବାଳକ ଏଜେଣ୍ଟ

ନାବାଳକ ହେବେ ରାଜନୈତିକ ଦଳର ଏଜେଣ୍ଟ। ମତଦାନ କେନ୍ଦ୍ରରେ ସେମାନେ ତୁଲାଇବେ ଗୁରୁ ଦାୟିତ୍ୱ।

By

Published : Mar 11, 2019, 7:01 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ନାବାଳକ ହେବେ ରାଜନୈତିକ ଦଳର ଏଜେଣ୍ଟ। ମତଦାନ କେନ୍ଦ୍ରରେ ସେମାନେ ତୁଲାଇବେ ଗୁରୁ ଦାୟିତ୍ୱ। ସେମାନେ ଭୋଟ ଦେବେନି, ହେଲେ ମତଦାନ କେନ୍ଦ୍ରରେ ଜାହିର କରିବେ ଉପସ୍ଥିତି।

ସହଯୋଗର ହାତ ବଢାଇବେ ଏହି ଏଜେଣ୍ଟ। ମତଦାନ ଅଧିକାର କିପରି ସମସ୍ତଙ୍କୁ ମିଳିବ, ସେ ନେଇ ସବୁ ପ୍ରକାର ସାହାଯ୍ୟ କରିବେ। ବିଶେଷକରି ଏନସିସି ଓ ଏନଏସଏସ ପିଲାଙ୍କୁ ଏଥିରେ ନିଯୁକ୍ତି ଦିଆଯିବ।

ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରରେ ଯେଭଳି କୌଣସି ଅସୁବିଧା ନ ହୁଏ, ସେନେଇ ସହଯୋଗର ହାତ ବଢ଼ାଇବା ପାଇଁ ଏମାନେ କାର୍ଯ୍ୟ କରିବେ। ତେବେ ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ 3 ଲକ୍ଷ 20 ହଜାର ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details