ଭୁବନେଶ୍ବର:ବଢ଼ିବ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଗୁଣାତ୍ମକ ଉନ୍ନତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି । ଅଞ୍ଚଳରେ ସ୍ୱାସ୍ଥ୍ୟ ବିକାଶ ପାଇଁ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ସମେତ ତୁଷରା ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ବିଭିନ୍ନ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ଜଣାପଡିଛି ।
ଟିଟିଲାଗଡ଼ବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟସେବା - ଟିଟିଲାଗଡ ବିଧାୟିକା ଟୁକୁନି ସାହୁ
ଟିଟିଲାଗଡ଼ ବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟସେବା । ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ଅଧିକ ପଢନ୍ତୁ
ଲୋକସେବା ଭବନର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡିଙ୍କ ସମେତ ବିଭାଗୀୟ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ମନ୍ତ୍ରୀ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ସମେତ ତୁଷରା ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ବିଭିନ୍ନ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ବାବଦରେ ଆଲୋଚନା କରିଛନ୍ତି । ଖାଲିଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ପଦବୀ ପୂରଣ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶେଷକରି ତୁଷୁରା ବିଜ୍ଞପିତ ଅଞ୍ଚଳ ପରିଷଦରେ ଥିବା ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ କରାଯାଇ ଏହାକୁ ଉନ୍ନତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା ପାଇଁ ପଦକ୍ଷେପ ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ସବୁ ଡାକ୍ତରଖାନାର ପରିବେଶ ପରିଚ୍ଛନ୍ନତା, ନିୟମିତ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା ସମ୍ପର୍କରେ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି । ସମସ୍ତ ଡାକ୍ତରଖାନାରେ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ସମେତ ଜରୁରୀ ଆବଶ୍ୟକତା ଥିବା ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ପୂରଣ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଭାଗୀୟ ସଚିବ କହିଛନ୍ତି । ବୈଠକରେ ଟିଟିଲାଗଡ଼ ବ୍ଲକ ଅଧକ୍ଷା ସଂଯୁକ୍ତା ନାୟକ, ତୁଷୁରା ପୌର ପରିଷଦ ଅଧକ୍ଷ ଅଜୟ ଜୈସୱାଲ୍, ଉପାଧକ୍ଷା ପୁଷ୍ପାମଞ୍ଜରୀ ଜାଲ, ଟିଟିଲାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ଗୁଡ଼ଭେଲା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ରାମ ନିବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ସ୍ଥାସ୍ଥ୍ୟ ସେବା ସଂପର୍କିତ ସମସ୍ୟା ବିଷୟରେ ଆଲୋଚନାରେ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର