ଓଡିଶା

odisha

ETV Bharat / state

ଅଧିକ ଫାଇନ୍ ହେଲେ ଲୋକେ ଡରିବେ ଓ ସଚେତନ ହେବେ: ପରିବହନ ମନ୍ତ୍ରୀ

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଆଦାୟ ହେଉଥିବା ଫାଇନକୁ ନେଇ ସାଧାରଣରେ ଚର୍ଚ୍ଚାର ହେଉଛି। ତେବେ ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି।

ଫଟୋ ସୋଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 5, 2019, 5:45 PM IST

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ଲାଗୁଛି । ତେବେ ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଏ ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ନିୟମ ତିଆରି କରିବାର ଅଧିକାର ରାଜ୍ୟ ପାଖରେ ରହିଛି । ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ରୁଲରେ ପରିବର୍ତ୍ତନ ନେଇ ଆଲୋଚନା କରିବୁ । ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ,ସେମାନେ ଏହାକୁ ମାନିବା ଉଚିତ୍ । ଏହା ଏକ ଅର୍ଥ ଦଣ୍ଡ ,ଲୋକ ସଚେତନ ହେବେ । ଅଧିକ ଫାଇନ୍ ହେଲେ ଲୋକଙ୍କ ଭୟ ରହିବ । ଟ୍ରାଫିକ ନିୟମ ମାନିବେ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତକାଲି ଭୁବନେଶ୍ବରରେ ଏକ ଅଟୋ ଡ୍ରାଇଭର ଉପରେ ୪୭,୫୦୦ ଜରିମାନା ଲାଗିଛି । ଏହାକୁ ନେଇ ଉପରେ ମନ୍ତ୍ରୀ କହିଛନ୍ତି ଯେ, ଅଟୋ ଚାଳକର ଲାଇସେନ୍ସ ନାହିଁ, ମଦ ପିଇ ଗାଡି ଚଲାଉଥିଲେ ଏବଂ ଏହାର ଅଟୋ ଫିଟ୍‌ନେସ୍‌ ନାହିଁ । ଫଳରେ ଏଭଳି ଫାଇନ ଲାଗିଛି । ଏଥି ସହ ଏହାର ଯାଞ୍ଚ ମଧ୍ୟ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details