ଓଡିଶା

odisha

ETV Bharat / state

ମାଫିଆ ସାମ୍ରାଜ୍ୟ ଉପରେ ମାଡିଲା ବୁଲଡୋଜର

ଖୋର୍ଦ୍ଧା ତହସିଲର ଗୁରୁଜଙ୍ଗ ଜବରଦସ୍ତପୁର ଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି।

By

Published : Jul 15, 2019, 6:19 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ଖଣି ଓ ଡ୍ରଗ୍ସ ମାଫିଆର ବିଳାସପୂର୍ଣ୍ଣ ଘର ଉପରେ ମାଡିଲା ବୁଲଡୋଜର । ସରକାରୀ ଜମିରେ ବେଆଇନ ଘର କରିବା ସହ ନିଶା କାରବାର କରୁଥିଲା ଛୋଟା ଓରଫ ଶୁଭ୍ରାଂଶୁ ପରିଡା । ଖୋର୍ଦ୍ଧା ତହସିଲର ଗୁରୁଜଙ୍ଗ ଜବରଦସ୍ତପୁର ଠାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ତହସିଲଦାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦିର୍ଘ ତିନି ବର୍ଷ ହେଲା ଏହି ଘରେ ଛୋଟା ବେଆଇନ ଭାବେ ନିଶା ଓ ଖଣି ବ୍ୟବସାୟ ଚଳାଉଥିଲା । ପାଖାପାଖି 400 ଡ଼ିସିମିଲ ସରକାରୀ ଜାଗାକୁ ଜୋର ଜବରଦସ୍ତ କବଜା କରି ଘରେ ଶୀତତାପ ନିୟନ୍ତ୍ରଣ ସହ ସୁଇମିଂପୁଲ ଓ ବିଦେଶୀ କୁକୁରରେ ଚକମକ ଘର କରିଥିଲା ଖଣି ମାଫିଆ ଛୋଟା ।

ତେବେ ଛୋଟା ଜଣେ ପରିବା ଦୋକାନୀ ହୋଇଥିବାରୁ ଏତେ ସମ୍ପତ୍ତିର ମାଲିକ କିପରି ହେଲା ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ଓଡ଼ିଶାର ନିଶା ମାଫିଆ ଛୋଟା , ସୁଦୂର ବଙ୍ଗଳାଦେଶରୁ ବ୍ରାଉନସୁଗାର ଆଣି ଏଠାରେ ସ୍ଥାନୀୟ ଯୁବକଙ୍କ ସହାୟତାରେ କାରବାର ଚଳାଇଥିଲା।

ଏନେଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଛୋଟାକୁ ଗିରଫ କରିବା ପାଇଁ ଯୋଜନା ସମ୍ପର୍କରେ ଖବର ପାଇ ସେ ଗତ 9ତାରିଖରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

ABOUT THE AUTHOR

...view details