ଓଡିଶା

odisha

By

Published : Mar 11, 2022, 5:18 PM IST

ETV Bharat / state

ଖୋର୍ଦ୍ଧାରେ ଧାନକିଣାରେ ସମସ୍ୟା, ମିଲରଙ୍କ ମନମାନିକୁ ଦାୟୀ କଲେ ଯୋଗାଣ ଅଧିକାରୀ

ଖୋର୍ଦ୍ଧା ଜିଲ୍ଲାରେ ମିଲରଙ୍କ ମନମାନି ଯୋଗୁଁ ଟୋକନ ଲାପ୍ସ ହେଉଛି । ଏହା ମାନିଛନ୍ତି ଖୋଦ୍‌ ଖୋର୍ଦ୍ଧା ଯୋଗାଣ ଅଧିକାରୀ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଧାନକିଣାରେ ସମସ୍ୟା, ମିଲରଙ୍କ ମନମାନିକୁ ଦାୟୀ କଲେ ଯୋଗାଣ ଅଧିକାରୀ
ଖୋର୍ଦ୍ଧାରେ ଧାନକିଣାରେ ସମସ୍ୟା, ମିଲରଙ୍କ ମନମାନିକୁ ଦାୟୀ କଲେ ଯୋଗାଣ ଅଧିକାରୀ

ଖୋର୍ଦ୍ଧା: ଚଳିତ ବର୍ଷ ପ୍ରଥମରୁ ଚାଷୀଙ୍କ ଠାରୁ ଧାନକିଣାରେ ସମସ୍ୟା ଦେଖାଦେଇଛି । ପରିସ୍ଥିତି ଏପର୍ଯ୍ୟନ୍ତ ସୁଧୁରିବାର ନାଁ ଧରୁନି । କେଉଁଠି ଟୋକନ ଅବଧି ସରିଲାଣି ତ ଆଉ କୋଉଠି ମିଲର ଟାର୍ଗେଟ ଦେଉନି । ତେବେ ଜିଲ୍ଲାରେ ମିଲର୍ସଙ୍କ ପାଇଁ ଚାଷୀଙ୍କ ଟୋକନ ଲାପ୍ସ ହେଉଥିବା ମାନିଛନ୍ତି ଖୋଦ ଜିଲ୍ଲା ଯୋଗାଣ ଅଧିକାରୀ ସୁଗଦା ମୁର୍ମୁ ।

ଖୋର୍ଦ୍ଧାରେ ଧାନକିଣାରେ ସମସ୍ୟା, ମିଲରଙ୍କ ମନମାନିକୁ ଦାୟୀ କଲେ ଯୋଗାଣ ଅଧିକାରୀ

ମିଲର୍ସଙ୍କ ମନମାନି ଯୋଗୁଁ ଦହଗଞ୍ଜ ହେଉଛି ଚାଷୀ । ଚଳିତ ବର୍ଷ ଜିଲାରୁ 12ଲକ୍ଷ 5ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ସରକାର ଟାର୍ଗେଟ ରଖିଥିବା ବେଳେ ଏବେ ଯାଏଁ 10ଲକ୍ଷ 15ହଜାର କ୍ବିଣ୍ଟାଲ ଧାନ କିଣା ସରିଥିବା କହିଛନ୍ତି ସିଏସଓ । ସେହିପରି ସରକାରଙ୍କୁ ଅଧିକା ଦୁଇ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ମଗାଯାଇଥିବା ବେଳେ 1 ଲକ୍ଷ କ୍ବିଣ୍ଟାଲ ମଞ୍ଜୁର ହୋଇଛି ଯାହାଦ୍ବାରା ଚାଷୀ ଉପକୃତ ହୋଇପାରିବେ । ସେହିପରି ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ମଣ୍ଡି ଚାଲିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details