ଚିଲିକା: ଏସିଆର ବୃହତ୍ତମ ଲବଣ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଏବର୍ଷ କେତେ ସଂଖ୍ୟକ ପକ୍ଷୀ ଆସିଛନ୍ତି, ଆସନ୍ତାକାଲି(ମଙ୍ଗଳବାର) ଠାରୁ ଆନୁଷ୍ଠାନିକ ଭାବେ ପକ୍ଷୀ ଗଣନା ହେବ । ଏନେଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟସ୍ଥିତ ଆଦ୍ର ମୃତ୍ତିକା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।
ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା
ଏସିଆର ବୃହତ୍ତମ ଲବଣ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଏବର୍ଷ କେତେ ସଂଖ୍ୟକ ପକ୍ଷୀ ଆସିଛନ୍ତି, ଆସନ୍ତାକାଲି(ମଙ୍ଗଳବାର) ଠାରୁ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ
ଆସନ୍ତାକାଲି(ଜାନୁଆରୀ ୪) ସକାଳ ୬.୦୦ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡା ଆଦି ଅଞ୍ଚଳରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ।
ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ BNHS ସାମିଲ ହେବେ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ