ଓଡିଶା

odisha

By ETV Bharat Odisha Team

Published : Oct 10, 2023, 7:58 PM IST

ETV Bharat / state

Odisha Weather: ରାଜ୍ୟରେ କମିଲା ବର୍ଷା, ବଢ଼ିଲା ତାତି

ରାଜ୍ୟରେ ରାଜ୍‌ କଲାଣି ତାତି । ମୌସୁମୀ ଫେରିବା ପରେ ଏବେ ଅନେକ ସ୍ଥାନରେ ତାତି ସ୍ବାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ

Weather Update
Weather Update

Weather Update: ରାଜ୍ୟରେ କମିଲା ବର୍ଷା, ବଢିଲା ତାତି

ଭୁବନେଶ୍ବର:ରାଜ୍ୟରେ କମିଲା ବର୍ଷାର ପରିମାଣ କମିଥିବା ବେଳେ ତାତି ବଢିବା ଆରମ୍ଭ କରିଛି । ଉପାନ୍ତରୁ ଉପକୂଳ ସବୁଠି ଏବେ ସବୁଠି ପ୍ରବଳ ଗରମ ଅନୁଭୂତ ହେଉଛି । ଗ୍ରୀଷ୍ମ ଋତୁ ଭଳି ତାତି ନ ହେଲେ ବି ଦିନ ୧୦ଟା ପରେ ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି । ଫଳରେ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ଅନୁଭବ ହେଉଛି । ଆକଳନ ଅନୁସାରା ତାପମାତ୍ରା ଉପରମୁହାଁ ରହିବା ସମ୍ଭାବନା ଥିବାରୁ ଓଡ଼ିଶାକୁ ରେଡ ମାର୍କରେ ରଖାଯାଇଛି । ସେପଟେ ଅଧିକାଂଶ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଓଡ଼ିଶାରୁ ଫେରୁ ଫେରୁ ଅଟକି ଯାଇଛି ମୌସୁମୀ । କାରଣ ଏବେ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ବହୁଛି । ତେଣୁ ବର୍ତ୍ତମାନ ଉପାନ୍ତରୁ ଉପକୂଳ ସବୁଠି ରାଜ୍ କରୁଛି ତାତି ।

ଏହା ବି ପଢନ୍ତୁ- Weather update: ୪୮ ଘଣ୍ଟାରେ ଚଳିତ ମୌସୁମୀର ପ୍ରତ୍ୟାବର୍ତ୍ତନ, ଆଗକୁ ବଢିବ ତାତି

ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିଛି । ଉପକୂଳରେ ୮୦ ପ୍ରତିଶତ ଉପରେ ଆର୍ଦ୍ରତା । ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଅଗଷ୍ଟ ଶେଷ ଯାଏଁ ଏହି ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ କହିଛି । ୩୫ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଶୀତ ଆସିବାର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଳାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି ।

ତେବେ ସ୍ବାଭାବିକ ଭାବରେ ପ୍ରତିବର୍ଷ ଅକ୍ଟୋବର ମାସରେ ତାପମାତ୍ରା ସମାନ୍ୟ ଅଧିକ ଥାଏ । କିନ୍ତୁ ଚଳିତ ବର୍ଷ ମେଘମୁକ୍ତ ଆକାଶ ଏବଂ ବର୍ଷା ନଥିବାରୁ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେବଳ ଅକ୍ଟୋବର ନୁହେଁ ବରଂ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ବି ତାତିରେ ରେକର୍ଡ କରିଛି ଓଡ଼ିଶା । କେବଳ ବର୍ଷା ସମୟରେ ତାପମାତ୍ରା କମିଥିବା ବେଳେ ବର୍ଷା ନଥିବା ବେଳେ ତାତି ସ୍ବାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଚଳିତ ବର୍ଷ ତାତି ତୁଳନାରେ ଶୀତ କମ୍ ପଡ଼ିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details