ଓଡିଶା

odisha

ETV Bharat / state

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବେ ପୁରୁଷ - ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷ କରିବେ ପିଏଚଡି । ରମାଦେବୀରେ ପୁରୁଷ ଫାକଲ୍ଟି ପଢ଼ିବା ନେଇ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

ramadevi women's university
ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ

By

Published : Jan 23, 2023, 6:55 AM IST

ଭୁବନେଶ୍ବର: ଏଣିକି ମହିଳା ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବେ ଛାତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷ ପାଠ ପଢିବା ନେଇ ସିଣ୍ଡିକେଟର ଅନୁମୋଦନ ମିଳିସାରିଛି । ପାଠ ପଢିବା ପାଇଁ ପ୍ରାର୍ଥୀ ବି ମନୋନୀତ ହୋଇଛନ୍ତି । ପୁରୁଷ ଅଧ୍ୟାପକମାନେ ରମାଦେବୀରେ ପିଏଚଡି ଆଡମିଶନ କରିପାରିବେ ବୋଲି ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଅନୁମୋଦନ ମିଳିଛି ।

ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ଵବିଦ୍ୟାଳୟ ହେଉଛି ରମାଦେବୀ । କିନ୍ତୁ ବିଶ୍ଵବିଦ୍ୟାଳୟ ସିଣ୍ଡିକେଟ୍ ବୈଠକରେ ଅନୁମୋଦନ ମିଳିଛି ଯେ, ବିଶ୍ଵବିଦ୍ୟାଳୟର ସ୍ଥାୟୀ ଭାବେ ନିଯୁକ୍ତ ପୁରୁଷ ଅଧ୍ୟାପକମାନେ ପିଏଚଡିରେ ଆଡ଼ମିଶନ କରିପାରିବେ । ସିଣ୍ଡିକେଟ ବୈଠକରେ ଅନୁମୋଦନ ପରେ ସଙ୍ଗେ ସଙ୍ଗେ ଜେଣ୍ଡର ଷ୍ଟଡି ବିଭାଗର ଅଧ୍ୟାପକ ସୁପ୍ରିତ ପାଣିଗ୍ରାହୀଙ୍କୁ ପିଏଚଡି କରିବା ପାଇଁ ଚୟନ କରାଯାଇଛି । ପରୀକ୍ଷା ନିୟନ୍ତ୍ରକଙ୍କ ଚିଠିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ।

ଏହା ମଧ୍ୟ ପଢ଼ନ୍ତୁ:ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ସୌଖୀନ ଜିନିଷ, ହସ୍ତଶିଳ୍ପୀଙ୍କୁ ବଜାର ଯୋଗାଇଛି ପଲ୍ଲିଶ୍ରୀ ମେଳା

ଏବେ ପ୍ରଶ୍ନ ଉଠୁଛି, ଯଦି ପୁରୁଷ ଅଧ୍ୟାପକ ପିଏଚଡି କରିପାରିବେ ତାହାଲେ ଅନ୍ୟ ମାନେ କାହିଁକି ପିଏଚଡି କରିପାରିବେ ନାହିଁ ? ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷମାନେ ଯଦି ପିଏଚଡି କରିବେ, ତେବେ ଏହା ଦ୍ବାରା ମହିଳାଙ୍କ ସିଟ ଯଥେଷ୍ଟ କମିବ ? ନିଜ ବିଶ୍ଵବିଦ୍ୟାଳୟର ପୁରୁଷ ଅଧ୍ୟାପକ ରମାଦେବୀରେ ପିଏଚଡି କଲେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ କେତେ ସ୍ବଚ୍ଛତା ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ:୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ଉଭୟ ସରକାରର ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ

ସୂଚନା ଅନୁଯାୟୀ, ବର୍ତ୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟର ସ୍ନାତକ ସ୍ତରରେ 23ଟି, ସ୍ନାତକୋତ୍ତର ସ୍ତରରେ 13ଟି ଓ ପିଏଚଡି ସ୍ତରରେ 10 ଟି ବିଭାଗ ରହିଛି । ପିଏଚଡି ସ୍ତରରେ ରହିଛି ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ବିଜ୍ଞାନ, ବାଣିଜ୍ୟ, ଅର୍ଥନୀତି, ଇଂରାଜୀ, ଏଜୁକେଶନ, ଜେଣ୍ଡର ଷ୍ଟଡି, ହୋମ ସାଇନ୍ସ, ଜୀବ ବିଜ୍ଞାନ, ଓଡିଆ ବିଭାଗ । ଯାହା ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସାମିଲ ହୋଇଛି ।

ରାଜ୍ୟର ଏକମାତ୍ର ପୁରୁଣା ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ । 2004 ମସିହା ଫେବୃୟାରୀ 16 ତାରିଖ ଓ 2015 ମସିହା ଫେବୃୟାରୀ ମାସରେ ଏହି ବିଶ୍ବ ବିଦ୍ୟାଳୟକୁ NAAC-A ଗ୍ରେଡ ମାନ୍ୟତା ମିଳିଥିଲା । 2010 ମସିହାରେ ଏହାକୁ ସିପିଆଇ ସମ୍ମାନ ମିଳିଥିଲା । 2015 ମସିହା ମେ ମାସ 30 ତାରିଖରେ ଉଚ୍ଚ ବିଭାଗ ତରଫରୁ ଏହାକୁ ରୁସା ଅନୁମୋଦନ ମିଳିଥିଲା ଓ ବିଶ୍ବବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details