ଓଡିଶା

odisha

By

Published : May 2, 2023, 6:57 AM IST

ETV Bharat / state

ରାଜ୍ୟରେ ମଦ ନିଶାର ନୂଆ ବିକଳ୍ପ, ଧରାପଡ଼ିଲା ବେଆଇନ କଫସିରପ ଚାଲାଣ

ନିଶା ପାଇଁ ବିକଳ୍ପ ସାଜିଛି କଫସିରପ । ଯାହାକୁ ସେବନ କଲେ ହେଉଛି ଫୁଲ ନିଶା । ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରୁ କିଛି କଫସିରପ ବୋତଲ ଜବତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜ୍ୟରେ ମଦ ନିଶାର ନୂଆ ବିକଳ୍ପ

ଭୁବନେଶ୍ବର: ବିଷାକ୍ତ ମଦ ମୃତ୍ୟୁ ପରି ଏବେ କଫ୍‌ ସିରପ୍‌ ନେଇପାରେ ଜୀବନ । ଘାତକ ହୋଇପାରେ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ କଫ୍‌ ସିରପ । କାରଣ ଏବେ ବଜାରରେ କାରବାର ହେଉଛି ଅପମିଶ୍ରିତ କଫସିରପ । ଯାହାକୁ ନିଶା ପାଇଁ ବିକଳ୍ପ ଭାବେ ବାଛୁଛନ୍ତି ଲୋକ । ଯାହାକୁ ସେବନ କଲେ ନିଶା ତ ହେବ ହେଲେ ସ୍ବାସ୍ଥ୍ୟ ପାଇଁ ଆଣିବ ଘୋର‌ ବିପଦ। ଏବେ ସାମ୍ନାକୁ ଆସିଛି ଏଭଳି ନିଶା ବ୍ୟବସାୟର ନୂଆ ଏକ ମାଧ୍ୟମ । ବେଆଇନ ଭାବେ ଚାଲାଣ ବେଳେ ଧରାପଡ଼ିଛି କଫ୍‌ ସିରପ । ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବିପୁଳ କଫ୍‌ ସିରପ ବୋତଲ ।

ଚାଲାଣ ହେଉଥିବା ଅଟୋ ସହ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗିରଫ ୨ଜଣ ହେଲେ ଦିଲ୍ଲୀପ ବରାଡ ଓ ଆଶିଷ କୁମାର ସାହୁ । ଯିଏକି ନୟାଗଡର ହୋଇଥିବା ବେଳେ ସେ ମଞ୍ଚେଶ୍ବରରେ ରହି ଏପରି କାରବାର କରୁଥିଲେ । ସେମାନଙ୍କ ମଧ୍ୟରେ ଥିବା ଜଣେ ଔଷଧ‌ ବ୍ୟବସାୟୀ ଏହି କଫ୍‌ ସିରପ୍‌ ବୋତଲଗୁଡ଼ିକ ଭୁବନେଶ୍ବରରୁ ନୟାଗଡ଼ ହେଉଥିଲା ଚାଲାଣ । ଫଳରେ ଏବେ ନିଶା ପାଇଁ ବିକଳ୍ପ ସାଜିଛି କଫ୍‌ ସିରପ କାରବାର । ମଦ ବଦଳରେ କଫ୍‌ ସିରପ କିଣି ନିଶାଡି ମେଣ୍ଟାଉଛନ୍ତି ନିଶାର‌ ଭୋକ । କମ୍‌ ଦାମରେ ଫୁଲ୍ ନିଶାର ଆନନ୍ଦ ନେଉଛନ୍ତି ନିଶାଡି । ଏନେଇ ଏହି ବ୍ୟବସାୟ ଜୋରସୋରରେ ଚଳାଇଛନ୍ତି କିଛି ଅସାଧୁ ଔଷଧ ଦୋକାନୀ।

ଏହା ବି ପଢନ୍ତୁ- ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ, ଆଜି ଆଉ ଏକ ମାମଲା ରୁଜୁ

ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ଏସବୁ ଚାଲିଛି ଜୋରସୋରରେ କାରବାର । ୨୦ରୁ ୩୦ଟଙ୍କାରେ ବିକ୍ରି କଫ୍‌ ସିରପ ପିଇ ମାତାଲ୍ ହେଉଛନ୍ତି ଯୁବକ ଓ ନିଶାଡି ଲୋକ । ଏହାର‌ ଡିମାଣ୍ଡ ଦେଖି ଏହାକୁ ବ୍ୟବସାୟର ମାଧ୍ୟମ ସଜାଇଛନ୍ତି ଔଷଧ ଦୋକାନୀ । କିଛି ଫାର୍ମା ବ୍ୟବସାୟୀଙ୍କ ସହ ମିଶି ହାତ ତିଆରି ଅପମିଶ୍ରିତ କଫ୍‌ ସିରପ କରି ବଜାରକୁ ବିକ୍ରି ପାଇଁ ଛାଡୁଛନ୍ତି । ଏଗୁଡ଼ିକୁ ମଞ୍ଚେଶ୍ବର ଅଞ୍ଚଳରୁ ପ୍ରସ୍ତୁତ କରି ନୟାଗଡ ଚାଲାଣ ବେଳେ ଧରିଛି କମିଶନରେଟ ପୋଲିସ । ଏହା ପଛରେ ଜଣେ ନୟାଗଡର ଔଷଧ ଦୋକାନୀ ପ୍ରବୀଣ କୁମାର‌ ଦାସ ବ୍ୟବସାୟୀ ଭୂମିକା ଥିବା ପୋଲିସ ସୂଚନା ଦେଇଛି । ଗିରଫ ହୋଇଥିବା ଜଣେ ଔଷଧ ଦୋକାନୀ ସହ ଡ୍ରାଇଭରକୁ ନେଇ ପଚରାଉଚରା ସହ ତଦନ୍ତ ଚାଲାଇଛି ।

କଫ୍‌ ସିରପ୍‌ ଆଳରେ ଏଭଳି ଚାଲିଛି ନିଶା କାରବାର । ଶସ୍ତାରେ ବଜାରରେ ମିଳୁଛି କଫ୍‌ ସିରପ । ଅଳ୍ପ ଦାମ୍‌ରେ କିଣି ଫୁଲ ନିଶା ଆପଣାଉଛନ୍ତି ନିଶାଡି । ଯାହାର କିପରି ସୁରାକ ପାଉନି ଡ୍ରଗ୍‌ସ୍‌ କଣ୍ଟ୍ରୋଲ‌ ବୋର୍ଡ । ବିନା ଡ୍ରଗସ କଣ୍ଟ୍ରୋଲର ଅନୁମତିରେ ବଜାରରେ ସହଜରେ କିଭଳି ବିକ୍ରି ହେଉଛି କଫ୍‌ସିରପ । ଏପରିକି କିଛି ଦିନ ତଳେ ଉତ୍ତର ଭାରତରେ ବିକ୍ରୟ ଅନୁମତି ନଥିବା କଫ୍‌ସିରପ ଏବେ ପୂର୍ବ ଭାରତ ବଜାରରେ ଉପଲବ୍ଧ ହେଉଛି । କୋଡେନ କଫ୍‌ସିରପ ଭଳି କ୍ଲୋରା ଫେନରମାଇନ ଓ ଏସକଫ ଭଳି କଫ୍‌ସିରପ ଚୋରା ବାଟରେ କିଭଳି ବିକ୍ରି ହେଉଛି ଭୁବନେଶ୍ବୂରରେ । ଜନସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ସଚେତନ ଅଛି କି ନାହିଁ ? ଏପରିକି ଅନେକ ମେଡିସିନ ଷ୍ଟୋରରେ ମଧ୍ୟ ଏସବୁ ଉପଲବ୍ଧ ହେଉଥିଲେ ମଧ୍ୟ ଏଭଳି କଫସିରପ ଯାହାକୁ ବିନା ପ୍ରେସକ୍ରିପସନରେ ବିକିବା କଥା ନୁହେଁ। କିପରି ବିକୁଛନ୍ତି ମେଡିସିନ‌ ଦୋକାନୀ ? ତାହା ଏବେ ଚିନ୍ତାଜନକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details