ଓଡିଶା

odisha

ETV Bharat / state

RBIରେ ଆଉ ଜଣେ ଓଡିଆ ପୁଅଙ୍କୁ ଗୁରୁଦାୟିତ୍ବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ମନୋରଞ୍ଜନ ମିଶ୍ର - ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ

ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

New Executive Director Of RBI
New Executive Director Of RBI

By ETV Bharat Odisha Team

Published : Nov 4, 2023, 8:19 AM IST

Updated : Nov 4, 2023, 1:18 PM IST

ଭୁବନେଶ୍ବର:ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ବ । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଚଳିତମାସ ଆରମ୍ଭରୁ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆରବିଆଇ ବ୍ୟାଙ୍କର ପ୍ରବର୍ତ୍ତନ, ରିକ୍ସମନିଟରିଂ, ବାହ୍ୟ ନିବେଶ ଓ ପରିଚାଳନା ଦାୟିତ୍ବରେ ରହିବେ । ଏନେଇ ଆରବିଆଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଦାୟିତ୍ବ ନେବା ପୂର୍ବରୁ ସେ ନିୟାମକ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ ତୁଲାଉଥିଲେ ।

ରିଜର୍ଭ ବ୍ୟାଙ୍କରେ ମନୋରଞ୍ଜନ ମିଶ୍ରଙ୍କର ତିନି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି । ସେ ବ୍ୟାଙ୍କ ଏବଂ ଏନବିଏଫସି ନିୟନ୍ତ୍ରଣ, ବ୍ୟାଙ୍କର ତଦାରଖ ଏବଂ ମୁଦ୍ରା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ସେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିୟାମକ ବ୍ୟବସ୍ଥାରେ ଅନେକ ଓ୍ବାର୍କିଙ୍କ ଗ୍ରୁପରେ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ସେ ଅର୍ଥନୀତିରେ ସ୍ନାତକୋତ୍ତର କରିବା ସହ ଏମବିଏ ମଧ୍ୟ କରିଛନ୍ତି । ମନୋରଞ୍ଜନ ମିଶ୍ର ବ୍ରିଟେନର ଅଷ୍ଟନ ବିଜନେସ୍ ସ୍କୁଲ୍‌ରୁ ଫାଇନାନ୍ସ ଏବଂ ଫାଇନାନ୍ସ ରେଗୁଲେସନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ରହିଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । 2018ରେ ସେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ । ଶକ୍ତିକାନ୍ତ ଦାସଙ୍କୁ 'ଗଭର୍ଣ୍ଣର ଅଫ୍ ଦି ଇୟର 2023' ସମ୍ମାନରେ ସମ୍ମାନିତ କରାଯାଇଛି । ଇଂଲଣ୍ଡରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । 1980 ବ୍ୟାଚ ତାମିଲନାଡୁ କ୍ୟାଡରର ଆଇଏଏସ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନେଇ 2016 ମସିହାରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ବିମୁଦ୍ରିକରଣ କରିଥିଲେ । ଯାହାକୁ ଶକ୍ତିକାନ୍ତ ଦାସ ନିଜେ ସମ୍ଭାଳିଥିଲେ ।

ଏହା ମଧ୍ୟ ପଢନ୍ତୁ-Jammu Kashmir New DGP: ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ପୋଲିସ ମୁଖ୍ୟ

ନିକଟରେ ଓଡିଶାର ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି । ନଭେମ୍ବର 1 ତାରିଖରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ରଶ୍ମି ରଞ୍ଜନ ବର୍ତ୍ତମାନ ଜମ୍ମୁ କାଶ୍ମୀର ସିଆଇଡିର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଗତ 31ରେ ଦିଲବାଗ ସିଂହ କାର୍ଯ୍ୟରୁ ଅବସରରେ ନେବା ପରେ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ସ୍ଥାନ ନେଇଥିଲେ ରଶ୍ମି ରଞ୍ଜନ ସ୍ବାଇଁ ।

Last Updated : Nov 4, 2023, 1:18 PM IST

ABOUT THE AUTHOR

...view details