ଓଡିଶା

odisha

ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା, ୫୦ବର୍ଷୀୟ ବାପାକୁ ୧୪ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର ପୋକ୍ସ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ବପୁର୍ଣ ରାୟ। ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ବାପାକୁ ଜେଲଦଣ୍ଡାଦେଶ । ଖଣ୍ଡଗିରି ଅଞ୍ଚଳର ଜଣେ 50 ବର୍ଷିୟ ବାପାକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

By

Published : Nov 17, 2022, 4:31 PM IST

Published : Nov 17, 2022, 4:31 PM IST

ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା, ୫୦ ବର୍ଷୀୟ ବାପାକୁ ୧୪ ବର୍ଷ ଜେଲ ଦଣ୍ଡ
ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା, ୫୦ ବର୍ଷୀୟ ବାପାକୁ ୧୪ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ବର: ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା । ୫୦ ବର୍ଷୀୟ ବାପାକୁ ୧୪ବର୍ଷ ଜେଲ ଦଣ୍ଡାଦେଶ । ଭୁବନେଶ୍ୱର ପୋକ୍ସ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ବପୁର୍ଣ ରାୟ । ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ବାପାକୁ ଜେଲଦଣ୍ଡାଦେଶ । ଖଣ୍ଡଗିରି ଅଞ୍ଚଳର ଜଣେ 50 ବର୍ଷିୟ ବାପାକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧୩ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଦୋଷୀ ସାବ୍ୟସ୍ତ ପାଇଁ ଯୁକ୍ତି ବାଢିଥିଲେ ସ୍ବତନ୍ତ୍ର ସରକାରୀ ଓକିଲ ରାଜିବ ସାସମଲ । ସମସ୍ତ ବଳିଷ୍ଠ ପ୍ରମାଣ ଆଧାରରେ ଦୋଷୀକୁ ୧୪ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ବିଚାରପତି ଭିକାରୀ ଚରଣ ରାଉତ । ଏନେଇ ଘଟଣାରେ ଗିରଫ ହୋଇ ପରେ ବେଲରେ ମୁକୁଳିଥିବା ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଛନ୍ତି କୋର୍ଟ ।

ଏହାବି ପଢନ୍ତୁ- BaliYatra: ଆଜି ସରିବ ବାଲିଯାତ୍ରା, ନିରାଶ କୋଲକାତା ଫୁଲ ବ୍ୟବସାୟୀ

ସୂଚନା ମୁତାବକ ୨୦୧୮ ମସିହାରେ ଦୁଇଥର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଅଭିଯୁକ୍ତ। ପରେ ଗତ ୧୭.୯. ୨୦୨୦ ରେ ରାତିରେ ଶୋଇଥିବା ବେଳେ ଝିଅକୁ ଦୁଷ୍କର୍ମ ଉଦ୍ୟମ ବେଳେ ଜାଣିପାରିଥିଲେ ପୀଡିତାଙ୍କ ମା’ ଓ ବଡ ଭଉଣୀ । ଏନେଇ ଖଣ୍ଡଗିରି ଥାନାରେ ସେତେବେଳେ ଅଭିଯୋଗ କରିଥିଲେ । ଖଣ୍ଡଗିରି ପୋଲିସ ମାମଲାକୁ ମହିଳା ଥାନାକୁ ପଠାଇଦେଇଥିଲେ‌ । ଏନେଇ ମହିଳା ଥାନା ପୋଲିସ ପୋକ୍ସୋ କେସରେ ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ସେହି ଦିନ ଗିରଫ କରିଥିଲା ।

ଏହାବି ପଢନ୍ତୁ- ରାଉରକେଲାରେ ହକି ବିଶ୍ବକପ ପ୍ରସ୍ତୁତି, ମୁଖ୍ୟ ଶାସନ ସଚିବ ଓ କ୍ରୀଡ଼ା ସଚିବଙ୍କ ସମୀକ୍ଷା

ପରେ ଡାକ୍ତରୀ ମାଇନା ରିପୋର୍ଟ ଓ 13 ଜଣ ସାକ୍ଷୀଙ୍କ ବୟାନ ତଥ୍ୟ ପ୍ରମାଣ ଆଧାରରେ ତ୍ୱରିତ ଶୁଣାଣି ପାଇଁ ପ୍ରୟାସ କରିଥିଲେ ସ୍ବତନ୍ତ୍ର ସରକାରୀ ଓକିଲ । ଏନେଇ ଭୁବନେଶ୍ୱର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ବିଚାର‌ପ୍ରକ୍ରିୟା ତ୍ୱରିତ ହୋଇଥିଲା । ଶେଷରେ ଦୁଇବର୍ଷ ପରେ ପୀଡିତାକୁ ନ୍ୟାୟ ମିଳିଛି। ଝିଅର ଦୁଷ୍କର୍ମ ମାମଲାରେ ବାପାକୁ ଗିରଫ ପରେ ଜେଲ ଦଣ୍ଡ ମିଳିଛି। ତିନୋଟି ମାମଲା ଆଧାରରେ ପ୍ରଥମେ ୮ବର୍ଷ ପରେ ୩ବର୍ଷ ଓ ପରେ ୩ ବର୍ଷ ଏହି ପରି ‌ମୋଟ ୧୪ବର୍ଷ ଜେଲ ଦଣ୍ଡାଦେଶ ରାୟ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details