ଓଡିଶା

odisha

ETV Bharat / state

ଅସହ୍ୟ ଗରମରେ ସିଜୁଛି ରାଜ୍ୟ, ଖୋର୍ଦ୍ଧାରେ ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା ନୂଆଗଡ ପଞ୍ଚାୟତ ମୋରମରସିଂହ ଗ୍ରାମର ସର୍ବେଶ୍ୱର ସାମନ୍ତରାୟ ଶୁକ୍ରବାର ଅସହ୍ୟ ଗରମ ଓ ଗୁଳୁଗୁଳି କାରଣରୁ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି ।

By

Published : Apr 12, 2019, 7:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଅସହ୍ୟ ଗରମରେ ଗଲା ଜୀବନ । ଶୁକ୍ରବାର ଅସହ୍ୟ ଗରମ ଓ ଗୁଳୁଗୁଳି କାରଣରୁ ଅଂଶୁଘାତରେ ଜଣେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ନାମ ସର୍ବେଶ୍ୱର ସାମନ୍ତରାୟ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗାଁରେ । ଉକ୍ତ ଗ୍ରାମର ସର୍ବେଶ୍ୱର ସାମନ୍ତରାୟ ନିଜ ଜମିରେ ମୁଗ ଲଗାଉଥିବା ସମୟରେ ମୁଣ୍ଡ ବୁଲାଇ ସେଠାରେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ । ସେଠାରେ ଥିବା ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଚଳିତବର୍ଷ ଏହା ଓଡିଶାର ପ୍ରଥମ ଅଂଶୁଘାତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାତ୍ର ସରକାରୀ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details