ଭୁବନେଶ୍ବର:ମାମୁ କଥା ଶୁଣିଲାନି ଭାଣିଜୀ । ଶେଷରେ କଂସ ପାଲଟିଗଲା ମାମୁ । ଭାଣିଜୀକୁ କାଠ ଫାଳିଆରେ ଆକ୍ରମଣ କରି ଜୀବନ ନେଲା କଂସ ମାମୁ । ନନ୍ଦନବିହାର କଞ୍ଜରଭାନ୍ସି ଲେନ ଶୌଚାଳୟରୁ ନାବାଳିକାର ମୃତଦେହ ମିଳିବା ଘଟଣାରେ ତଦନ୍ତ କରି ଏପରି ତଥ୍ୟ ପାଇଛି ପୋଲିସ । ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ । ମାମୁକୁ ଗିରଫ କଲା ଇନଫୋସିଟି ଥାନା ପୋଲିସ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ମାମୁ ହେଉଛି ଶୁଖଲାଲ ସଏ । ଭାଣିଜୀର ମୃତଦେହ ଫିଙ୍ଗିବାରେ ମାମୁଁକୁ ସହଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ନରେନ୍ଦ୍ର ସିଂକୁ ମଧ୍ୟ ଗିରଫ କରିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ-ବନ୍ଧୁତାରେ ରକ୍ତର ଛିଟା, ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ସାଙ୍ଗ
ମୃତ ନାବାଳିକା ହେଉଛନ୍ତି ମାମା ସଏ, ବୟସ 13 । ଗତ 9 ତାରିଖରେ ମାମଙ୍କୁ ହତ୍ୟା କରିଥିଲେ ତାଙ୍କ ମାମୁ । ବହୁ ଦିନ ଧରି ମାମୁ ଶୁଖଲାଲଙ୍କ ଘରେ ରହୁ ଆସୁଥିଲେ ମାମା ସାଏ । କୌଣସି କଥା କଟା କଟିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଏକ କାଠ ଫାଳିଆରେ ମାମୁ ଆକ୍ରମଣ କରିଥିଲା ଭାଣିଜୀକୁ । ଆକ୍ରମଣ ପରେ ଘଟଣାସ୍ଥଳରେ ମାମାର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ । ପ୍ରମାଣ ନଷ୍ଟ କରିବାକୁ ସେହି ଦିନ ରାତିରେ ମୃତଦେହକୁ କଞ୍ଜରଭାନ୍ସି ଲେନର ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ଦୁଇଦିନ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।