ଓଡିଶା

odisha

ETV Bharat / state

ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିଲେ ବ୍ୟକ୍ତି, କାବୁ କଲା RPF - ଭୁବନେଶ୍ବର ରେଲଓ୍ବେ ଷ୍ଟେସନ

ପାଗଳ ବେଶ ଧରି ଆରପିଏଫର ଅପରେସନ, ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିବା ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଷ୍ଟେସନରୁ ଗିରଫ କଲେ ଆରପିଏଫ କର୍ମଚାରୀ । ଅଧିକ ପଢନ୍ତୁ

ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖିବା ଅଭିଯୋଗରେ ଜଣେ ଗିରଫ
ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖିବା ଅଭିଯୋଗରେ ଜଣେ ଗିରଫ

By

Published : Jan 3, 2023, 12:25 PM IST

Updated : Jan 3, 2023, 6:53 PM IST

ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖିବା ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର: ରେଲୱେ ଷ୍ଟେସନରେ ନିୟୋଜିତ RPF କର୍ମଚାରୀଙ୍କ ଉପରେ ରାଗ ରଖି ଅଜବ କାଣ୍ଡ ଘଟାଉଥିଲେ ଜଣେ ବ୍ୟକ୍ତି । ଯାତ୍ରୀମାନେ ବଗିରେ ବସିବା ପୁର୍ବରୁ ମଳ ବୋଳିବା ସହ ଟ୍ରେନର ଚାରିଆଡ଼େ ଲେଖୁଥିଲେ ଅଶ୍ଳୀଳ ଶବ୍ଦ । ଦିନେ କି ଦୁଇ ଦିନ ନୁହଁ ବର ୩ ମାସ ଧରି ଏପରି କରିଆସୁଥିଲେ ବ୍ୟକ୍ତି ଜଣଙ୍କ । ଯାହାକୁ ନେଇ ରେଳ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ ।

ତେବେ କିଏ ଏପରି କାଣ୍ଡ ଘଟାଉଛି ସେନେଇ ଏକ ଡ୍ରାଇଭ ଆରମ୍ଭ କରିଥିଲା RPF । ଶେଷରେ ଏପରି ହଇରାଣ ହରକତ କରି ଆତଙ୍କ ଖେଳାଉଥିବା ବ୍ୟକ୍ତିକୁ କାବୁ କରିବା ପାଇଁ ପାଗଳ ବେଶରେ ଖୋଜା ଖୋଜି କରୁଥିବା ଆରପିଏଫର ଏକ ଟିମ । ଶେଷରେ ଭୁବନେଶ୍ବର ଆରପିଏଫ କର୍ମଚାରୀ ବ୍ୟକ୍ତି ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରୟାଗ ଗ୍ରାମର ପୁରୁଷୋତ୍ତମ ସାହୁ।

RPF କର୍ମଚାରୀ ବ୍ୟକ୍ତି ଜଣଙ୍କ ନିକଟରୁ ଗୋଟିଏ ପେନ ଓ କିଛି କପଡ଼ା ଜବତ କରିଛନ୍ତି । ତେବେ ପଚରାଉଚରା ବେଳେ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ''ଷ୍ଟେସନରେ RPF ବାରଣ ଯୋଗୁଁ ଭିତରକୁ ପ୍ରବେଶ ନଥିଲା । ଏପରିକି ଷ୍ଟେସନ ପରିସରରେ ଅନେକ ସମୟରେ ଶୋଇବାକୁ ବାରଣ କରାଯାଉଥିଲା । ଶେଷରେ ଷ୍ଟେସନ କର୍ମଚାରୀଙ୍କ ଉପରେ ବିଶେଷ କରି RPF କର୍ମଚାରୀଙ୍କ ଉପରେ ରାଗି ରଖି ଏପରି କାଣ୍ଡ ଘଟାଇଥିବା କହିଛି ଅଭିଯୁକ୍ତ ଜଣକ । ଦୀର୍ଘ ୩ମାସ ଧରି RPF କର୍ମଚାରୀ ପୁରୀଠାରୁ କଟକ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅପରେସନ କରି ଛଦ୍ମ ବେଶରେ ବୁଲି ଶେଷରେ ସେହି ବ୍ୟକ୍ତିକୁ ଠାବ କରିବା ସହ ତାକୁ ଗିରଫ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ

RPF ସୁଚନା ମୁତାବକ, ''ଦୀର୍ଘ ୩ମାସ ଧରି ଷ୍ଟେସନରେ ଏକ ସନ୍ଦେହଜନକ ଘଟଣା ଦେଖିବାକୁ ମିଳୁଥିଲା। ଟ୍ରେନର ବିଭିନ୍ନ ବଗି ଓ ସିଟରେ ମଳ ଲାଗିଥିବାର ଦେଖିବାକୁ ମିଳୁଥିଲା। ଏପରିକି ବଗିରେ ବିଭିନ ସ୍ଥାନରେ ଅନେକ ଅଶ୍ଳିଳ ଭାଷା ଲେଖାଯାଉଥିବାରୁ ଦେଖିବାକୁ ମିଳିଥିଲା। ଏହାଦ୍ବାରା ଟ୍ରେନରେ ରେଳ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା। ଯାତ୍ରା ପୂର୍ବରୁ ଏପରି ଦେଖି ଅନେକ ଯାତ୍ରୀ ଅସନ୍ତୋଷ ହେଉଥିଲେ। ଏନେଇ ରେଳ ବିଭାଗକୁ ଅଭିଯୋଗ ଆସିଥିଲା । ଏହାଦ୍ବାରା ଅନେକ ସମୟରେ ଟ୍ରେନ ମଧ୍ୟ ବିଳମ୍ବ ହେଉଥିଲା।ଏନେଇ ଆରପିଏଫ ପକ୍ଷରୁ ଏକ ଡ୍ରାଇଭ୍ ହୋଇଥିଲା।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2023, 6:53 PM IST

ABOUT THE AUTHOR

...view details