ଓଡିଶା

odisha

ETV Bharat / state

ଗଡିଲା ପରିମଳ ସଚେତନତା ରଥ - launches

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ୨୦୧୯ ଉଦଘାଟିତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନରେ ଶୁଭାରମ୍ଭ କରାଯାଇଛି । ୩ ମାସ ଧରି ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । ପ୍ରାୟ ୧କୋଟି ପରିବାର ୪୬.୨୮ଲକ୍ଷ ୦-୫ ବର୍ଷ ବୟସ୍କ ପିଲାମାନଙ୍କୁ ସ୍ବତନ୍ତ୍ର ସେବା ପ୍ରଦାନ କରାଯିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 17, 2019, 3:08 PM IST

ଭୁବନେଶ୍ବର: ବର୍ଷାଦିନେ ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ । ଏହାକୁ ରୋକିବା ପାଇଁ ବାହାରିଲା ସଚେତନତା ରଥ । ଏହି ଅବସରରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ୨୦୧୯ ଉଦଘାଟିତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନରେ ଶୁଭାରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଗକୁ ବର୍ଷା ଋତୁ ଆସୁଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆରେ ରାଜ୍ୟରେ ଜଣେ ବି ବ୍ୟକ୍ତିଙ୍କର ମୃତ୍ୟୁ ନହେଉ ,ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଚେତନତା ଅଭିଯାନ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ମାସ ଧରି ରାଜ୍ୟର ୩୦ଟି ଜିଲ୍ଲା ଓ ୫ ଟି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । ପ୍ରାୟ ୧ କୋଟି ପରିବାର ୪୬.୨୮ଲକ୍ଷ ୦-୫ ବର୍ଷ ବୟସ୍କ ପିଲାମାନଙ୍କୁ ସ୍ବତନ୍ତ୍ର ସେବା ପ୍ରଦାନ କରାଯିବ।

ବର୍ଷାଦିନେ ଜଳ ବାହିତ ରୋଗ ବ୍ୟାପୁଥିବାରୁ, ଏହାର ପ୍ରତିରୋଧ ଓ ପ୍ରତିଷେଧକ ଉପାୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଚଳିତ ବର୍ଷ ୩ ମାସ ପାଇଁ ସଚେତନତା ରଥ ବାହାରିଛି । ସରକାରୀସ୍ତରରେ ଗାଇଡ଼ ଲାଇନ ଜାରି କରାଯାଇଛି । କିଭଳି ଏ ରୋଗ ବ୍ୟାପିବ ନାହିଁ ସେ ନେଇ ଗାଁ କଲ୍ୟାଣ ସମିତି ,ଆଶା କର୍ମୀ, ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ସଚେତନ ରଖାଯିବ । ସମସ୍ତେ ଆଲର୍ଟ ରହିବେ ।

ସରକାରଙ୍କ ଶିଶୁ ବିକାଶ ,ପଞ୍ଚାୟତିରାଜ ବିଭାଗ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ABOUT THE AUTHOR

...view details