ଭୁବନେଶ୍ବର:ଆସନ୍ତା ଜୁନ ମାସରୁ ବନ୍ଦ ହେବ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) । ଏଣିକି ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା । ଆଉ ବ୍ୟାଙ୍କ ଆକାଉଣ୍ଟକୁ ଯିବନି ଭତ୍ତା ଟଙ୍କା । ପ୍ରତିମାସରେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଟଙ୍କା ଦିଆଯିବ । ଟଙ୍କା ଉଠାଇବାରେ ଅସୁବିଧା ହେବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦିବ୍ୟାଙ୍ଗ ଓ ବରିଷ୍ଠ ହିତାଧିକାରୀଙ୍କୁ ଘରେ ଟଙ୍କା ମିଳିବ । ପ୍ରତିମାସ ୧୫ ତାରିଖକୁ ଭତ୍ତା ଟଙ୍କା ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:Balangir Royal Family Dispute Case: ଅର୍କେଶଙ୍କ ସମେତ ପରିବାରର 5 ସଦସ୍ୟଙ୍କ ନାମରେ ମାମଲା
ମଧୁବାବୁ ପେନସନ ଯୋଜନା ଅଧିନରେ ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଅଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ଥିବା ୨୦ ଲକ୍ଷ ହିତାଧିକାରୀଙ୍କୁ ମିଶାଇଲେ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି । ପୂର୍ବରୁ DBT ମାଧ୍ୟମରେ ଭତ୍ତା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦିଆଯିବାର ବ୍ୟବସ୍ଥା ରହିଛି । ଫଳରେ ଭିନ୍ନକ୍ଷମ ଓ ବରିଷ୍ଠ ହିତାଧିକାରୀଙ୍କୁ ଭତ୍ତା ଆଣିବାରେ ସମସ୍ୟା ପରିଲକ୍ଷିତ ହେଉଥିଲା । କିନ୍ତୁ ଏବେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଟଙ୍କା ଦିଆଯିବ । ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ।"