ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । ଲଘୁଚାପ ସକ୍ରିୟ ଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି।
୪ଟି ଜିଲ୍ଲାରେ ଗଞ୍ଜାମ,କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୬ଟି ଜିଲ୍ଲାରେ ଗଜପତି,ପୁରୀ,ନୂଆପଡା,କୋରାପୁଟ,ବଲାଙ୍ଗୀର,ନୂଆପଡା ଓ ରାୟଗଡାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ଆଲର୍ଟ ଏବଂ୧୦ଟି ଜିଲ୍ଲାରେ ଗଜପତି,ମାଲକାନଗିରି,ବୌଦ୍ଧ,ସୋନପୁର,କଟକ,ବରଗଡ଼,କେନ୍ଦ୍ରାପଡା,ଜଗତସିଂହପୁର, ନୟାଗଡ଼ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ ବୋଲି ୟେଲୋ ଆଲର୍ଟ ଜାରି କରାଯାଇଛି।