ଓଡିଶା

odisha

ETV Bharat / state

ପ୍ରେମ ପରେ ପ୍ରତାରଣା, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା - ପ୍ରେମିକାର ଧାରଣା

ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା । ପ୍ରେମିକ ଘର ଆଗରେ ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକାର ଧାରଣା । ପରିବାର ସହ ପ୍ରେମିକ ଫେରାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 29, 2019, 5:31 PM IST


ଖୋର୍ଦ୍ଧା: ପ୍ରଥମେ ସହପାଠୀ, ପରେ ପ୍ରେମ ଓ ପ୍ରେମରେ ନିବିଡତା ପରେ ଶାରିରୀକ ସମ୍ପର୍କ । ସମ୍ପର୍କକୁ ଆହୁରି ଗଭୀର କରି ସାତ ଜନମର ସାଥୀ ଭାବେ ପ୍ରମାଣ କରିବାରୁ ମନ୍ଦିର ଯାଇ ମଥାରେ ଦିଏ ସିନ୍ଦୁର । ପରିବାର ସମ୍ମତି କ୍ରମେ ବିବାହ ବି ସ୍ଥିର ହୁଏ ଆଉ ପ୍ରେମିକ ଘର ଲୋକ ଯୌତୁକ ବି ନିଅନ୍ତି । କିନ୍ତୁ କିଛି ଦିନ ପରେ ପ୍ରେମିକ ଫୋନ କରି ପ୍ରେମିକାକୁ କୁହେ ଟଙ୍କା ଫେରସ୍ତ କରିନେଇ ଆଉ କାହାକୁ ବିବାହ କରିବା ପାଇଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତ ସୋରଣ ଗ୍ରାମରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ଦୀର୍ଘ 8ବର୍ଷର ପ୍ରେମ ସମ୍ପର୍କକୁ ସଫଳ ରୂପ ଦେବାକୁ ଯାଇ ପ୍ରତାରଣାର ଶିକାର ହୁଏ ପ୍ରେମିକା । ପ୍ରେମର ଆଠବର୍ଷ ପରେ ପରିବାର ସମ୍ମତି କ୍ରମେ ନିର୍ବନ୍ଧ ହୋଇ ବିବାହ ତାରିଖ ବି ସ୍ଥିର ହୁଏ । ପୁଅ ପରିବାର ଝିଅ ପରିବାର ଠାରୁ ଯୌତୁକ (ମୋଟ 5ଲକ୍ଷ) ନେଇ ଘର ବି ତିଆରି କରିଛନ୍ତି । ପ୍ରେମିକ-ପ୍ରେମିକା ସୁଖର ସଂସାର ପାଇଁ ଖୁବ ସ୍ବପ୍ନ ବି ଦେଖିବାରେ ବ୍ୟସ୍ତ । କିନ୍ତୁ ଗତ 26 ତାରିଖରେ ହଠାତ ପ୍ରେମିକ ଫୋନ କରି ଟଙ୍କା ଫେରସ୍ତ ନେଇ ଅନ୍ୟ କାହାକୁ ବିବାହ କରିବା ପାଇଁ କହିଥିବା ଅଭିଯୋଗ କରିଛି ପ୍ରେମିକା ।


ଏହି ଘଟଣା ପରେ ପ୍ରେମିକା ପ୍ରଥମେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବରଂ ପ୍ରେମିକ ପରିବାର ଦେଇଥିଲେ ଅନେକ ଶାରିରୀକ ଓ ମାନସିକ ନିର୍ଯାତନା । ଏହାପରେ ସେ ଗ୍ରାମବାସୀଙ୍କ ନିକଟରେ ନ୍ୟାୟ ଭିକ୍ଷା କରି ନିରାଶ ହେବା ପରେ ଦୀର୍ଘ 3ଦିନ ହେବ ଖରାବର୍ଷାକୁ ଖାତିର ନକରି ପରିବାର ସହ ପ୍ରେମିକର ଘର ଆଗରେ ଧାରଣା ଦେବାସହ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପ୍ରେମିକ ତା ପରିବାର ସହ ଫେରାର ହୋଇଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details