ଖୋର୍ଦ୍ଧା:ଆଜି ଠାରୁ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । କୋରୋନା ରୂପୀ ଅଦୃଶ୍ୟ ଭୂତାଣୁର ବିନାଶ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରରେ ।
ଖୋର୍ଦ୍ଧା ସହରର ସବୁ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ଳକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ସେହିପରି ବିନା କାରଣରେ ଘରୁ ବାହାରୁଥିବା ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।