ଓଡିଶା

odisha

NREGA କେଳେଙ୍କାରୀ: ସିମେଣ୍ଟ ରାସ୍ତା ଉପରେ ମାଟି ପକାଇ ଅର୍ଥ ହରିଲୁଟ୍‌ !

By

Published : Feb 2, 2022, 8:29 AM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରୁ ଆସିଛି ଏନଆରଇଜିଏ( NREGA) ଯୋଜନାରେ ହୋଇଥିବା ସାଙ୍ଘାତିକ ଘୋଟାଲାର ଚିତ୍ର । ସିମେଣ୍ଟ ରାସ୍ତା ଉପରେ ମାଟି ପକାଇ ଅର୍ଥ ହଡପ ଅଭିଯୋଗ । ଅଧିକ ପଢନ୍ତୁ

NREGA କେଳେଙ୍କାରୀ: ରାସ୍ତା ନିର୍ମାଣରେ ବ୍ୟାପକ ଅର୍ଥ ହଡପ ଅଭିଯୋଗ
NREGA କେଳେଙ୍କାରୀ: ରାସ୍ତା ନିର୍ମାଣରେ ବ୍ୟାପକ ଅର୍ଥ ହଡପ ଅଭିଯୋଗ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକରୁ ଆସିଛି ଏନଆରଇଜିଏ( NREGA) ଯୋଜନାରେ ହୋଇଥିବା ସାଙ୍ଘାତିକ ଘୋଟାଲାର ଚିତ୍ର । ଜିଲ୍ଲାର ପଞ୍ଚାୟତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରୀ ପଂଚାୟତର ଡିହଖଉରୁଣୀ ଗ୍ରାମବାସୀ ।

NREGA କେଳେଙ୍କାରୀ: ରାସ୍ତା ନିର୍ମାଣରେ ବ୍ୟାପକ ଅର୍ଥ ହଡପ ଅଭିଯୋଗ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦଶ ବର୍ଷ ପୂର୍ବେ ଡିହଖଉରୁଣୀ ଗ୍ରାମରେ ସିମେଣ୍ଟ କଂକ୍ରିଟ ରାସ୍ତା ହୋଇଥିଲା । କିନ୍ତୁ ରାସ୍ତା ଉପରେ ବର୍ଷା ଦିନେ ଆଣ୍ଠୁଏ ଉଚ୍ଚର ପାଣି ଜମିରହୁଥିହାରୁ ଯାତାୟତରେ ସମସ୍ୟା ଉପୁଜୁଥିଲା । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହି ରାସ୍ତା ପାଇଁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ।

କିନ୍ତୁ ବର୍ତ୍ତମାନ ସେହି ସିମେଣ୍ଟ ରାସ୍ତା ଉପରେ ମାଟି ପକାଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ( NREGA)ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ କିପରି ସିମେଣ୍ଟ ରାସ୍ତା ଉପରେ ମାଟି ପକାଇ ଏହାକୁ ବିଲ କରାଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details