ଓଡିଶା

odisha

ETV Bharat / state

ବେଧଡକ ଚାଲିଛି ପଥର ଲୁଟ, ସବୁ ଜାଣି ପ୍ରଶାସନ ନିରବଦ୍ରଷ୍ଟା - ନିରବ ପ୍ରଶାସନ

ଖୋର୍ଦ୍ଧା ଜିଲ୍ଲାରେ ବେଧଡକ ପଥର ଲୁଟ କରାଯାଉଥିଲେ ମଧ୍ୟ ସବୁ ଜାଣି ପ୍ରଶାସନ ନିରବ ରହିଛି ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବେଧଡକ ଚାଲିଛି ପଥର ଲୁଟ, ସବୁ ଜାଣି ପ୍ରଶାସନ ନିରବ ଅଭିଯୋଗ
ବେଧଡକ ଚାଲିଛି ପଥର ଲୁଟ, ସବୁ ଜାଣି ପ୍ରଶାସନ ନିରବ ଅଭିଯୋଗ

By

Published : Jul 24, 2021, 5:43 PM IST

ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗି ବେଗୁନିଆ ଅଞ୍ଚଳରେ ଦିନରାତି ବେଧଡକ ବେଆଇନ ଭାବେ ମାଙ୍କଡା ଖଣି ଖନନ ଚାଲିଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟ ସ୍ଥାନୀୟ ପ୍ରଶାସନର ଜାଣତରେ ଚାଲିଛି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ବେଧଡକ ଚାଲିଛି ପଥର ଲୁଟ, ସବୁ ଜାଣି ପ୍ରଶାସନ ନିରବ ଅଭିଯୋଗ

ଖୋର୍ଦ୍ଧା , ଟାଙ୍ଗି, ବେଗୁନିଆ ଅଞ୍ଚଳରେ ଥିବା ଟାଙ୍ଗାରା ଭୂଇଁକୁ କାଟି ମାଫିଆମାନେ ଲୁଟୁଛନ୍ତି ଶହ ଶହ ଟ୍ରକ ମାଙ୍କଡ଼ା ପଥର । ଯାହାଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ସେପଟେ ଖଣି କଟାଯାଉଥିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ବେଗୁନିଆ ତହସିଲଦାରଙ୍କୁ ଖବର ଦେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ବେଗୁନିଆବାସୀ ।

ରାଜସ୍ବ କର୍ମଚାରୀ କେବଳ ରାସ୍ତାରେ ଯାଉଥିବା କେତୋଟି ମାଙ୍କଡ଼ା ଟ୍ରକକୁ ଜବତ କରି ବାହାବା ନେଉଥିବା ଦେଖିବାକୁ ମିଳୁଛି । ବେଗୁନିଆ ଅଞ୍ଚଳର ବରପଦା, ଗଡ଼ମାଣିତ୍ରୀ, କୋତଳାଙ୍ଗ, ଡାଳତୋଳା , କୁଞ୍ଜୁରୀ ଆଦି ଅଞ୍ଚଳରେ ଶହ ଶହ ସଂଖ୍ୟାରେ ଖଣି ଖୋଳା ଚାଲିଥିବା ବେଗୁନିଆ ତହସିଲଦାରଙ୍କ ନିକଟରେ ଖବର ଥିବା ସତ୍ତ୍ବେ ଏହା ଉପରେ କାହିଁକି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି ।

ତେବେ ଏହି ସବୁକାର୍ଯ୍ୟ ତହସିଲଦାର ଓ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା କାରଣରୁ ହେଉଥିବା ଅଭିଯୋଗ ହେଉଛି । ସେପଟେ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳ କହିଛନ୍ତି ଯେ ବେଆଇନ ଖଣି ଉପରେ ଚଢ଼ାଉ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ କରାଯାଉଛି ଏବଂ ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ଜଣାପଡିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details