ଖୋର୍ଦ୍ଧା:ଚିଲିକା ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର ହେଲା ପାଣି କୁଆ । ଚିଲିକା ଚିଙ୍ଗୁଡ଼ି ଘେରିରେ ଏକ ପାଣି କୁଆ ଫସି ରହିଥିଲା । ଚିଲିକାରେ ପକ୍ଷୀ ଗଣନାରେ ନିୟୋଜିତ ଟିମ ଏହି ପାଣି କୁଆକୁ ଉଦ୍ଧାର କରିଛନ୍ତି । ଚିଲିକାର ଏକ ପାଣିକୁଆ ଜାଲିରେ ଫସି ରହିଥିଲା । ତେବେ ଚିଲିକା ଚିଙ୍ଗୁଡ଼ି ଘେରିରୁ ବନ୍ଦୀ ହୋଇଥିବା ପାଣିକୁଆକୁ ଉଦ୍ଧାର କରାଯାଇଛି । ଚିଲିକାରେ ପକ୍ଷୀ ଗଣନାରେ ନିୟୋଜିତ ଟିମ ଏହି ପାଣିକୁଆକୁ ଉଦ୍ଧାର କରିଛନ୍ତି । ଚିଲିକାରେ ଆଜି ଚାଲିଛି ପକ୍ଷୀ ଗଣନା କାର୍ଯ୍ୟ । ପକ୍ଷୀ ଗଣନା ଲାଗି ନିୟୋଜିତ 18 ନମ୍ବର ଟିମ ଭାଗରେ ପଡ଼ିଥିଲା ସାତପଡ଼ା ଅଞ୍ଚଳ । ସେଇ ଟିମରେ ସଦସ୍ୟ ଥିଲେ କେନ୍ଦ୍ରାପଡ଼ା ଥାନାର ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ । ତାଙ୍କ ସହିତ ଥିଲେ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ଅରଖକୁଦା ଫରେଷ୍ଟର ଦୁର୍ଗା ଚରଣ ଟୁଡୁ । ଡଙ୍ଗାରେ ବୁଲି ବିଦେଶାଗତ ପକ୍ଷୀମାନଙ୍କୁ ଗଣିବା ବେଳେ ମାଣିକ ପାଟଣା ନିକଟରେ ଏକ ଚିଙ୍ଗୁଡ଼ି ଘେରି ଭିତରେ ପାଣି କୁଆ(Little cormorant) ବନ୍ଦୀ ହୋଇଥିବା ଦେଖିବାକୁ ପାଇଥିଲେ ପକ୍ଷୀ ଗଣନା ଟିମ ।
ପାଣି କୁଆଟି ମାଛ ଖାଇବା ଆଶାରେ ଚିଙ୍ଗୁଡ଼ି ଘେରି ଭିତରେ ପଶି ସେଠାରୁ ଆଉ ବାହାରି ପାରି ନଥିଲା । ଫଳରେ ଚିଙ୍ଗୁଡି ଘେରିର ଜାଲ ଭିତରେ ଛଟପଟ ହେଉଥିଲା ପାଣିକୁଆ । ସେଠାରୁ ବାହାରିବାକୁ ଚେଷ୍ଟା କରିବା ସତ୍ତ୍ବେ ବିଫଳ ରହିଥିଲା । କେତେବେଳେ ପାଣି ଭିତରେ ବୁଡ଼ି ଯାଉଥିଲା ତ କେତେବେଳେ ଉଡ଼ିବା ପାଇଁ ଚେଷ୍ଟା କରି ପୁଣି ଜାଲିରେ ମାଡ଼ ହୋଇ ଖସି ପଡୁଥିଲା ।