ଓଡିଶା

odisha

ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ପ୍ରସୂତି ହନ୍ତସନ୍ତ

ଦୀର୍ଘଦିନ ଧରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ ଅଚଳ ହୋଇ ପଡିରହିଛି। ଫଳରେ ଏ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ।

By

Published : Apr 11, 2019, 7:41 PM IST

ଫଟୋ ସୌଜନ୍ଯ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା: ଦୀର୍ଘଦିନ ଧରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ ଅଚଳ ହୋଇପଡିଛି। ଏଥିଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ଖାଲି ସେତିକି ନୁହେଁ, ଏଠାରେ ଗୋଟିଏ ପରେ ଗୋଟିଏ ସମସ୍ୟା ଉପୁଜୁଥିବାରୁ ଏଠାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଭିଡିଓ ସୌଜନ୍ଯ: ପ୍ରତିନିଧି ଖୋର୍ଦ୍ଧା

ସୂଚନା ଅନୁଯାୟୀ, 2017 ମସିହା ଡ଼ିସେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଅଳ୍ପ କିଛି ଦିନ ପରେ ଚିକିତ୍ସାଳୟର ଦୁଇଟି ଲିଫ୍ଟ ଅଚଳ ହୋଇପଡିଛି। ପ୍ରସବ ପାଇଁ ଆସୁଥିବା ଗର୍ଭବତୀ ମା’ ମାନେ ପ୍ରସବଗୃହ, ଅସ୍ତ୍ରୋପଚାର ଗୃହକୁ ଯିବାପାଇଁ ସିଡ଼ିରେ ଯିବା ଆସିବା କରି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ସେହିପରି ଏହି ନୂତନ ଚିକିତ୍ସାଳୟକୁ ନିୟମିତ ସଫେଇ କରାଯାଉନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିସହ ଅଗ୍ନିନିରାପତା ଯନ୍ତ୍ରର ଅବଧି ସରିଯାଇଥିବା ବେଳେ ତାହାର ନବୀକରଣ ମଧ୍ୟ ହେଉନାହିଁ ।

ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମହାପାତ୍ର କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଆମେ ଟେଣ୍ଡର କରିପାରୁନୁ। କିନ୍ତୁ ଆମେ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

ABOUT THE AUTHOR

...view details