ଓଡିଶା

odisha

ETV Bharat / state

7ଘଣ୍ଟା ଡ୍ୟୁଟି ପାଇଁ ଅମଙ୍ଗ ଅଧ୍ୟାପକ - protest

କଲେଜରେ ସାତ ଘଣ୍ଟା ଡ୍ୟୁଟିକୁ ଅଧ୍ୟାପକଙ୍କ ବିରୋଧ । ସମାନ କାମକୁ ସମାନ ପାରିଶ୍ରମିକ ଦାବି କରିଛି ରାଜ୍ୟ ଅଧ୍ୟାପକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 8, 2019, 7:55 PM IST


ଭୁବନେଶ୍ବର: କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ । କିନ୍ତୁ ଏବେ ଏହାକୁ ବିରୋଧ କରିଛନ୍ତି ଅଧ୍ୟାପକ । ୭ ଘଣ୍ଟା ଡ୍ୟୁଟିକୁ ନେଇ ଅଧ୍ୟାପକ ଏବଂ ସରକାର ମୁହାଁମୁହିଁ । ସମାନ କାମକୁ ସମାନ ପାରିଶ୍ରମିକ ଦାବି କରି ସରକାରଙ୍କୁ ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଅଧ୍ୟାପକ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାର ପ୍ରଥମେ ଅଧ୍ୟାପକଙ୍କ ଦାବି ପୂରଣ କରି ସମାନ କାମକୁ ସମାନ ପାରିଶ୍ରମିକ ଦିଅନ୍ତୁ । ଏହାଛଡା ସରକାର ସମସ୍ତ କଲେଜର ଭିତ୍ତିଭୂମିକୁ ପ୍ରଥମେ ସଜାଡିବା ପରେ ଆମେ ସରକାରଙ୍କ ସମସ୍ତ ନିୟମ କାନୁନ ମାନିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ । ବର୍ଷବର୍ଷ ଧରି ଅନେକ ଅଧ୍ୟାପକ ଦରମା ପାଇନଥିବାବେଳେ ମାସେ ମଧ୍ୟରେ ଏହାର ସମାଧାନ କରାଯାଉ ଓ ଜଣଙ୍କର ଦରମା 1 ଲକ୍ଷ ବେଳେ ଅନ୍ୟଜଣଙ୍କର ଦରମା 5ହଜାର ଭଳି ପାତରଅନ୍ତର ସମସ୍ୟାକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ସେ ।


ସରକାରୀ ଓ ବେସରକାରୀ କଲେଜରେ ନିୟମିତ ଭାବରେ ଅଧ୍ୟାପକ ମାନେ ଦୈନିକ ୫ ଘଣ୍ଟା ଶିକ୍ଷାଦାନ ଓ 2 ଘଣ୍ଟା ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ ଅଧ୍ୟାପକ । ଉଚ୍ଚଶିକ୍ଷା ଗୁଣାତ୍ମକ ମାନ ମଜବୁତ କରିବାକୁ ନୂଆ ଗାଇଡ ଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଯାହାକୁ କଡା ସମାଲୋଚନା କରିବା ସହ ଯଦି ଦାବି ଯଥାଶିଘ୍ର ପୂରଣ ନକରାଯାଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ରାଜ୍ୟ ଅଧ୍ୟାପକ ସଂଘର ସଭାପତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details