ଓଡିଶା

odisha

By ETV Bharat Odisha Team

Published : Oct 15, 2023, 6:14 PM IST

Updated : Oct 15, 2023, 6:21 PM IST

ETV Bharat / state

ପ୍ରଧାନ ମହାଲେଖାକାର ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ସାନପୁଅ

ଓଡ଼ିଶା ମହାଲେଖାକାର(ଏଜି) କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ଆଜି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ଘଟିଥିଲା । ଅଧିକ ପଢନ୍ତୁ

Ananta Kishore Behera
Ananta Kishore Behera

ପ୍ରଧାନ ମହାଲେଖାକାର ଅନନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ସାନପୁଅ

ଭୁବନେଶ୍ବର:ଓଡ଼ିଶା ମହାଲେଖାକାର(ଏଜି) କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ଆଜି ବେଳେ ତାଙ୍କୁ ବହୁ ନେତା, ସରକାରୀ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନ ଭାଇ ମାଧଵାନନ୍ଦ ବେହେରା ଓ ସାନ ପୁଅ ଲେହଁ ବେହେରା ମୁଖାଗ୍ନି ଦେଇଛନ୍ତି ।

ଅନନ୍ତଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ଶନିବାର ତାଙ୍କ ମୃତ୍ୟୁ ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ, ଉପ ମହାଲେଖାକାର ଏସ. ଅରୁଣା, ପି. ଅଶୋକାନ,ରାଜ୍ୟ ବିଜେପି ଉପ-ସଭାପଟି ଲେଖାଶ୍ରୀ ସାମନ୍ତ ସିଂହାର, କଲ୍ୟାଣ ଅଧିକାରୀ ଅଶୋକ ଚନ୍ଦ୍ର ପଣ୍ଡା, ଏ. ଜି ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ବିଜୟ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଥିଲେ । ମୃତ୍ୟୁ ବେଳକୁ ତାଙ୍କର 52 ବର୍ଷ ହୋଇଥିଲା ।

ଏହା ବି ପଢନ୍ତୁ- ପରଲୋକରେ ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା

ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ଜନସାଧାରଣ, ଅଧିକାରୀ ଓ କର୍ମଚାରୀମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡିଶା ସରକାରଙ୍କ ଅର୍ଥ ବିଭାଗର ଶାସନ ସଚିବ ବିଶାଳ ଦେବ, କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ମନ୍ତ୍ରାଳୟର ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ ମହାଲେଖାକାର ବିଶ୍ବନାଥ ସିଂହ ଜାଡନ, ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସୂଚନା ଥାଉ କି ସେ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ରାଜ୍ୟର ପ୍ରଧାନ ମହାଲେଖାକାର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଓଡିଶା ଏ. ଜିରେ ପ୍ରଧାନ ମହାଲେଖାକାର ଭାବେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସର ଦିନରେ ପେନସନ ଓ ଭବିଷ୍ୟନିଧି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ବିଭିନ୍ନ ଜିଲ୍ଲାରେ ପେନସନ ଅଦାଲତ ଅନୁଷ୍ଠିତ କରି ବାକିଆ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କିଛି ଦିନ ଧରି ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2023, 6:21 PM IST

ABOUT THE AUTHOR

...view details