ଓଡିଶା

odisha

ETV Bharat / state

ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ, ୨ ଗିରଫ

ବଜ୍ରକାପ୍ତା କାତି ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଚଢାଉ କଲା ବନ ବିଭାଗ । ୨ ଜଣ ଗିରଫ । ଅଧିକ ପଢନ୍ତୁ

ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ, ୨ ଗିରଫ
ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ, ୨ ଗିରଫ

By

Published : Nov 17, 2021, 12:31 PM IST

ଖୋର୍ଦ୍ଧା:ମଙ୍ଗଳବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ ବନ ବିଭାଗର ଚଢାଉ । ବଜ୍ରକାପ୍ତା କାତି ବିକ୍ରି ହେଉଥିବାର ଖବର ପାଇ ରେଡ୍ କରିଛି ବନ ବିଭାଗ । ଘଟଣାସ୍ଥଳରୁ ବହୁ ପରିମାଣର ବଜ୍ରକାପ୍ତା କାତି ଜବତ କରାଯିବା ସହ ଦୁଇ ଜଣ ଗିରଫ ।

ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ, ୨ ଗିରଫ

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ଫତେଗଡ଼ ଅଞ୍ଚଳର ରାଜକିଶୋର ଖୁଣ୍ଟିଆ ଏବଂ ଗୁଣ୍ଡିଚା ଖୁଣ୍ଟିଆ ବଜ୍ରକାପ୍ତାକୁ ମାରି ତାର ଶରୀରରୁ କାତିକୁ କାଢି ଧଳାପଥର ଠାରେ ବିକ୍ରି କରିବା ଲାଗି ଯୋଜନା କରୁଥିଲେ । ଏ ସମ୍ପର୍କରେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଏହାପରେ ବିଭାଗ ଧଳପଥରେ ଅଞ୍ଚଳରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଦୁଇ ଅଭିଯୁକ୍ତ ଖସି ଯିବାକୁ ଉଦ୍ୟମ କରିଥିଲେ ହେଁ ଖସି ପାରିନଥିଲେ ।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ସହ ସେମାନଙ୍କ ନିକଟରୁ ୩ କେଜିରୁ ଊର୍ଦ୍ଧ୍ବ ବଜ୍ରକାପ୍ତା କାତି ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି । ଏହି ଘଟଣା କେବଳ ଦୁଇ ଜଣଙ୍କ ନୁହେଁ ବରଂ ଏନେଇ ଏକ ରାକେଟ ଚାଲୁଥିବା ସନ୍ଦେହ କରିଛି ବନ ବିଭାଗ । ଘଟଣାରେ ତଦନ୍ତ ଜାରି ରହିଥିବା ଖୋର୍ଦ୍ଧା ରେଞ୍ଜର ଅସିତ୍ ମିଶ୍ର ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details