ଓଡିଶା

odisha

ETV Bharat / state

କୁମାର ପୂର୍ଣ୍ଣିମା: ଚାନ୍ଦ ପୂଜା ପରେ ବ୍ରତ ଭାଙ୍ଗିଲେ କୁମାରୀ - Kumara Purnima update news

କୋଭିଡ କଟକଣାରେ ଚାଲିଛି କୁମାର ପୁର୍ଣ୍ଣିମା । ଚାନ୍ଦ ପୂଜା ପରେ ବ୍ରତ ଭାଙ୍ଗିଲେ ବ୍ରତଧାରୀ କୁମାରୀ । ଅଧିକ ପଢନ୍ତୁ...

ଆଜି କୁମାର ପୂର୍ଣ୍ଣିମା: ଚାନ୍ଦ ପୂଜା ପରେ ବ୍ରତ ଭାଙ୍ଗିଲେ କୁମାରୀ
ଆଜି କୁମାର ପୂର୍ଣ୍ଣିମା: ଚାନ୍ଦ ପୂଜା ପରେ ବ୍ରତ ଭାଙ୍ଗିଲେ କୁମାରୀ

By

Published : Oct 20, 2021, 10:48 PM IST

ଖୋର୍ଦ୍ଧା: ଆଜି କୁମାର ପୂର୍ଣ୍ଣିମା । ‘କୁଆଁର ପୂନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ’ ସଙ୍ଗୀତ ଗାଁରୁ ସହର ସବୁଠି ଶୁଭେ । ପ୍ରତିବର୍ଷ ଅନେକ ଅନୁଷ୍ଠାନ ‘କୁଆଁର ପୂନେଇଁ ମହୋତ୍ସବ’ ପାଳନ କରାଯାଉଥିବାବେଳେ ଚଳିତବର୍ଷ କିନ୍ତୁ କୋରୋନା ମହାମାରୀ ଯୋଗୁ ସାମୂହିକ ମହୋତ୍ସବ ପାଳନ କରାଯାଇ ନାହିଁ । କେବଳ କୋଭିଡ କଟକଣା ମଧ୍ୟରେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି କୁମାରୀ ।

ଆଜି କୁମାର ପୂର୍ଣ୍ଣିମା: ଚାନ୍ଦ ପୂଜା ପରେ ବ୍ରତ ଭାଙ୍ଗିଲେ କୁମାରୀ

ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପୂଜା ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ସେହିପରି ଆସନ୍ତାକାଲି ଠାରୁ କାର୍ତିକ ବ୍ରତ ପାଳନ କରାଯିବ । ସୁନ୍ଦର ବରପ୍ରାପ୍ତି ପାଇଁ କନ୍ୟାମାନେ ଏହି ପୂଜା କରିବାର ବିଶ୍ବାସ ରହିଛି ।

ପରମ୍ପରା ଅନୁସାରେ, ପାହାନ୍ତାରେ ଚାନ୍ଦକୁ ଆଞ୍ଜୁଳୀ ଟେକି ବ୍ରତ ଆରମ୍ଭ କରି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ ପରେ ବ୍ରତଧାରୀ କୁମାରୀ କନ୍ୟା ବ୍ରତ ଭାଙ୍ଗିଛନ୍ତି । କୁମାର ପୂର୍ଣ୍ଣିମା ପାଇଁ ନୂଆ ପୋଷାକ ଓ ଆଞ୍ଜୁଳି ଚାଙ୍ଗୁଡ଼ା ସଜାଡ଼ିବା ପାଇଁ ତାଳଗୋଟମା, ଖଟାକମଳା, କଞ୍ଚାଗୁଆ, କଷି ଜହ୍ନି,ଭେଣ୍ଡି, ଜହ୍ନିଫୁଲ, ଖଇ, କଉଡ଼ି, ଆଖୁ, କଇଁଥ, କଦଳୀ, ନଡ଼ିଆ ଓ ନୂଆ କୁଲେଇ ପ୍ରଭୃତି କିଣି ପୂଜାର୍ଚ୍ଚନା କରିଛନ୍ତି କୁମାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details