ଓଡିଶା

odisha

ETV Bharat / state

କେଉଁଆଡେ ଯିବ ସମ୍ଭାବ୍ୟ ବାତ୍ୟା ‘ମୋଚା’: କଣ କହୁଛି IMD GF ଓ ଅନ୍ୟ ମଡେଲ୍ - ଆଇଏମଡି

ଡରାଇଲାଣି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋଚା’ । ତେବେ ଓଡ଼ିଶାରେ ଏହାର ପ୍ରଭାବ ରହିବ ନା ଏହା ବାଂଲାଦେଶ କି ମିଆଁମାର ମୁହାଁଇବ ତାକୁ ନେଇ ବଢିଛି ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 4, 2023, 9:43 PM IST

ହାଇଦ୍ରାବାଦ: ଆସୁଛି ବର୍ଷର ପ୍ରଥମ ବାତ୍ୟା ! ଅନୁକୂଳ ପାଣିପାଗ ପାଇଁ ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ମୋଚା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ବି ବାତ୍ୟା ଦାନା ବାନ୍ଧୁଥିବା ଇସାରା ଦେଉଛି । ମେ’ ମାସରେ ଓଡିଶା ଦେଖିବ କି ଆଉ ଏକ ଗ୍ରାଷ୍ମକାଳୀନ ବାତ୍ୟା ? ନା IMD-GFS ଏବଂ ଅନ୍ୟ କିଛି ମଡେଲ୍ ଆକଳନ ଆନୁସାରେ ବାଂଲାଦେଶ କି ମିଆଁମାର ଆଡକୁ ମୁହାଁଇବ ସମ୍ଭାବ୍ୟ ସାମୁଦ୍ରିକ ଝଡ ?

କାରଣ ଆସନ୍ତା ୬ ତାରିଖରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ହେବ । ପରେ ଏହା ୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ୮ ତାରିଖ ସୁଦ୍ଧା ଅବପାତର ରୂପ ନେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପରେ ଏହା ଗଭୀର ଅବପାତରେ ପରିଣତ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ମୁଁହାଇବ । ଏହା ଆସନ୍ତା ୯ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି । ଏପରିକି ଏହା ଆସନ୍ତା ୧୦ ତାରିଖରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତ୍ତର ପୂର୍ବ ଦିଗରେ ରିକର୍ଭ କରି ଦକ୍ଷିଣ ପୂର୍ବ ଆଡକୁ ଗତି କରି ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ମିଆଁମାର ଉପକୂଳ ଆଡକୁ ମୁଁହାଇବ ।

ତେବେ ନଜର ପକାନ୍ତୁ, କେଉଁ ମଡେଲ୍ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କଣ ଆକଳନ କରିଛନ୍ତି:-

NCMRWF Unified Model (NCUM)-NCUM ମଡେଲ୍ ମୁତାବକ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଉପକୂଳ ଏବଂ ଆରବ ସାଗରର ଦକ୍ଷିଣ ପୂର୍ବ ଏବଂ ତତ୍‌ସଲଂଗ୍ନ ପୂର୍ବ କେନ୍ଦ୍ରୀୟ କ୍ଷେତ୍ରରେ ସ୍ଥଳଭାଗ ଛୁଇଁପାରେ ।

European Centre for Medium-Range Weather Forecasts (ECMWF)- ECMWF ମଡେଲ୍ ମୁତାବକ ୭ ତାରିଖ ସୁଦ୍ଧା ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖ ସୁଦ୍ଧା ସେହି ଅଞ୍ଚଳ ଏବଂ ତତ୍‌ସଲଂଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତର ରୂପ ନେବ । ପରେ ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୦ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟା ରୂପ ନେବ। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ରିକର୍ଭ କରି ମିଆଁମାର ଉପକୂଳରେ ୧୧ ତାରିଖ ସୁଦ୍ଧା ମାଡ ହେବା ନେଇ ଆକଳନ କରିଛି ECMWF । ତେବେ ସମସ୍ତ ମଡେଲ ଭୀଷଣ ସାମୁଦ୍ରିକ ବାତ୍ୟା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

American GFS-ଆମେରିକାନ ଜିଏଫଏସ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳରେ ମାଡ ହୋଇପାରେ । ତେବେ ସମ୍ଭାବ୍ୟ ବାତ୍ୟାର ନାମ ‘ମୋଚା’ ରହିବ । ଏହି ନାଁକୁ ୟେମେନ ସୁପାରିଶ କରିଛି । ୟେମେନର ସହର Mocha (or Mokha) ନାମରେ ଏହାକୁ ନାମିତ କରାଯିବ ।

ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ ସୂଚନା ପ୍ରଦାନ କରିଛି ଭାରତୀୟ ପାଣିପାଗ ବିଭାଗ । କାରଣ ଆସନ୍ତା ୬ ତାରିଖରୁ ବଙ୍ଗୋପସାଗର ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ସଂସ୍ଥା । ଆସନ୍ତା ୬ ତାରିଖରୁ ବଙ୍ଗୋପସାଗରରେ ୪୦ରୁ ୪୫ କିମି ପବନ ଘଣ୍ଟା ପ୍ରତି ବହିବା ସହିତ ଏହା ବୃଦ୍ଧି ପାଇଁ ୫୫ କିମିରେ ପହଞ୍ଚିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ୭ ତାରିଖରେ ପବନ ବେଗ ମଧ୍ୟ ସମାନ ରହିବା ନେଇ ଆକଳନ ହୋଇଛି ।

ଏହା ବି ପଢନ୍ତୁ- Cyclone Mocha: 7ରୁ ଫେରିବ ତାତି, ଆଉ 2ଦିନ କାଳବୈଶାଖୀ ଆଲର୍ଟ; ୯ ତାରିଖ ପରେ ବାତ୍ୟା ସମ୍ଭାବନା

ତେବେ ଏପର୍ଯ୍ୟନ୍ତ ଓଡିଶା ପାଇଁ କୌଣସି ନିଦ୍ଧିଷ୍ଟ ସତର୍କ ସୂଚନା ପ୍ରଦାନ କରିନି ଆଇଏମଡି । ଏପଟେ ସମ୍ଭାବ୍ୟ ବାତ୍ୟା ନେଇ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ୧୮ ଉପକୂଳବର୍ତ୍ତୀ ଜିଲ୍ଲାର ୧୧ଟି ବିଭାଗର ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି । ଏନଡିଆରଏଫ୍ ଏବଂ ଓଡିଆରଏଫ୍ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର କର୍ମଚାରୀଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । ତେବେ ଗତବର୍ଷ ମେ ମାସ ୮ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଥିଲା ଏବଂ ପରେ ଦୁର୍ବଳ ହୋଇ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଅବପାତ ଭାବେ କୂଳ ଛୁଇଁଥିଲା । ତେବେ ୨୦୨୧ ମେ ମାସ ୨୬ ତାରିଖରେ ବାଲେଶ୍ବର ଜିଲ୍ଲାରେ ବାତ୍ୟା ‘ୟସ୍’ ସମୁଦ୍ରକୁ ବଳ ଗୋଟାଇ ଲ୍ୟାଣ୍ଡଫଲ୍ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details