ଓଡିଶା

odisha

ETV Bharat / state

ଖରାରେ ତାତୁଛି ଖୋର୍ଦ୍ଧା, ଡହଳବିକଳ ଜନତା

ଦିନ 10ଟା ପରେ ପ୍ରବଳ ଝାଞ୍ଜି ପବନ ଓ ମୁଣ୍ଡ ଫଟା ଖରାରେ ରାସ୍ତାଘାଟ ଶୁନଶାନ । ଜରୁରୀ କାମ ପଡିଲେ ଘରୁ ପଦାକୁ ବାହାରିବା ପୂର୍ବରୁ ମୁଣ୍ଡରେ ଛତା, ଆଖିରେ କଳା ଚଷମା ଓ ହାତରେ ପାଣି ବୋତଲ ନେବାକୁ ଭୁଲୁନାହାନ୍ତି ଲୋକେ ।

By

Published : Apr 27, 2019, 8:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସୂର୍ଯ୍ୟଙ୍କ ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଛି । ଆଉ ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ । ଖୋର୍ଦ୍ଧା ସହରରେ ପାରଦ 40ଡିଗ୍ରୀ ଉପରେ ଥିବାବେଳେ ସକାଳ 9ଟା ରୁ ଦିନ 5ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସହର କଲବଲ ହେଉଛନ୍ତି ଲୋକେ । ଦିନ 10ଟା ପରେ ପ୍ରବଳ ଝାଞ୍ଜି ପବନ ଓ ମୁଣ୍ଡ ଫଟା ଖରାରେ ରାସ୍ତାଘାଟ ସୁନସାନ । ଜରୁରୀ କାମ ପଡିଲେ ଘରୁ ପଦାକୁ ବାହାରିବା ପୂର୍ବରୁ ମୁଣ୍ଡରେ ଛତା, ଆଖିରେ କଳା ଚଷମା ଓ ହାତରେ ପାଣି ବୋତଲ ନେବାକୁ ଭୁଲୁନାହାନ୍ତି ଲୋକେ । ଅସହ୍ୟ ତାତି ଓ ଗୁଳୁଗୁଳି ସମୟରେ ତୃଷ୍ଣା ମେଣ୍ଟାଇବା ପାଇଁ କିଏ ଆଖୁରସର ସାହାରା ନେଉଛି ତ ଆଉ କିଏ ତରଭୁଜ ଖାଇ ନିଜର ତୃଷ୍ଣା ମେଣ୍ଟାଉଛି ।

ଖୋର୍ଦ୍ଧା ସହରରେ ଖରାଦିନ ଆସିଲେ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଜନଗହଳି ସ୍ଥାନରେ ଖୋଲିଥାଏ ଜଳଛତ୍ର । କିନ୍ତୁ ଚଳିତ ବର୍ଷ ହାତ ଗଣତି କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନମାନଙ୍କରେ ଜଳଛତ୍ର ଦେଖାଯାଉ ନାହିଁ । ଫଳରେ ବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଗଛଛାଇ ଟିକେ ଦେଖିଲେ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ଆଶ୍ରୟ ନେଉଛନ୍ତି ।

ଅତ୍ୟଧିକ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଖୋର୍ଦ୍ଧା ସହରର ବିଭିନ୍ନ ଜନଗହଳିପୂର୍ଣ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପ୍ରଶାସନକୁ ସାଧାରଣରେ ଦାବୀ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details