ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଙ୍ଘନ କରି ହେଉଥିଲା ଯାତ୍ରା । ଅଧାରୁ ଆସି ବନ୍ଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବେଗୁନିଆ ବଜାରରେ ବିନା ମାସ୍କ ଓ ସାମାଜିକ ଦୂରତାରେ ଏକାଠି ହୋଇଥିଲା ଶତାଧିକ ଦର୍ଶକଙ୍କୁ ନେଇ ଚାଲିଥିଲା ଯାତ୍ରାପାର୍ଟି ।
କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇଛି । ହେଲେ ସଂକ୍ରମଣ ସମ୍ପୂର୍ଣ୍ଣ ଲୋପ ପାଇନି । ଯାହାକୁ ନେଇ ସରକାର ଆଜି ପର୍ଯ୍ୟନ୍ତ ଯାତ୍ରା କରିବାକୁ ଅନୁମତି ଦେଇ ନାହାଁନ୍ତି । ସେପଟେ ନିୟମ ଉଲ୍ଲଙ୍ଘନ କରି ଶନିବାର ବେଗୁନିଆ ବଜାରରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବାର ଦେଖିବାକୁ ମିଳିଥିଲା । କୌଣସି ଦର୍ଶକଙ୍କ ମୁହଁରେ ମାସ୍କ ପିନ୍ଧି ନଥିବାବେଳେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ ।