ଓଡିଶା

odisha

ETV Bharat / state

ଘନ କୁହୁଡି ପାଇଁ ଜୀବନଯାତ୍ରା ପ୍ରଭାବିତ

ଖୋର୍ଦ୍ଧା ଜିଲ୍ଲାରେ ଅତ୍ୟଧିକ ଜାଡ଼ ଅନୁଭୁତ ହୋଇଛି । ଏହି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ପଡ଼ିଛି ।

ଘନ କୁହୁଡି ପାଇଁ ଜୀବନଯାତ୍ରା ପ୍ରଭାବିତ
ଘନ କୁହୁଡି ପାଇଁ ଜୀବନଯାତ୍ରା ପ୍ରଭାବିତ

By

Published : Dec 23, 2019, 10:00 AM IST

ଖୋର୍ଦ୍ଧା: ପାଗରେ ପରିବର୍ତ୍ତନ ଯୋଗୁଁ ଦୁଇଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ଅତ୍ୟଧିକ ଜାଡ଼ ଅନୁଭୂତ ହୋଇଛି । ଏହି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ଶୀତରେ ଥରହର ହେବା ସହ ଶୀତର ମଜା ନେଉଛନ୍ତି ଖୋର୍ଦ୍ଧା ବାସୀ ।

ସେହିପରି କୁହୁଡି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି । ସକାଳୁ ଭ୍ରମଣରେ ବାହାରି ଥିବା ଲୋକେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସେପଟେ ପାଗରେ ଏମିତି ପରିବର୍ତ୍ତନ ଆଗକୁ ଶୀତ ବଢିବ ବୋଲି ଆଶଙ୍କା ସୃଷ୍ଟି କରିଛି । ଭୋର ସମୟରୁ ଘନ କୁହୁଡି ଦିନ ପ୍ରାୟ 11ଟା ସମୟ ପର୍ଯ୍ୟନ୍ତ ରହୁଥିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହେଉଛି । କୁହୁଡିର ପ୍ରଭାବ ଏତେ ରହିଛି 10 ମିଟର ବ୍ୟବଧାନରେ ଦେଖିବା ସମ୍ଭବ ହେଉନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details