ଖୋର୍ଦ୍ଧା: ଲାଞ୍ଚ ନେଇ ହଟହଟା ହୋଇଛନ୍ତି ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରୀ । ଜଣେ ଡିଲରଙ୍କଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ମାର୍ଶାଲିନ।
ସୂଚନା ଅନୁଯାୟୀ ପଲ୍ଲା ଅଞ୍ଚଳର ଡିଲର ଅମ୍ବିକା ପ୍ରସାଦ ଦାସ ପ୍ରାୟ 16 ଜଣ କଣ୍ଟ୍ରୋଲ ଡିଲରଙ୍କଠାରୁ 20ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିଥିଲେ । ଏଥିସହ ତାଙ୍କଠାରୁ ନଗଦ ଟଙ୍କା ମଧ୍ୟ ଜବତ କରିଛି ଟିମ ।